ଏବେ କରୋନାରୁ ହେଉଛି ନିମୋନିଆ, ମୃତ୍ୟୁହାର ବଢ଼ିବା ଆଶଙ୍କା!

ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି, ହେଲେ କରୋନା ଭାଇରସ୍ ଶେଷ ହେବାର ନାଁ ନେଉନାହିଁ। ଯେତେବେଳେ ଲାଗୁଛି ଏହି ମହାମାରୀ ଦୂର ହୋଇଯିବ, ସେତେବେଳେ ହିଁ କୋଭିଡ ପୁଣି ବୃଦ୍ଧି ପାଇବା ଆରମ୍ଭ କରୁଛି।

ପୁଣି ଡରାଇବା ଆରମ୍ଭ କଲାଣି କରୋନା। ବିଗତ ଅନେକ ଦିନ ହେବ ଲଗାତାର ଭାବେ ବୃଦ୍ଧି ପାଉଛି କୋଭିଡ୍‌ ମାମଲା। ଏହାରି ଭିତରେ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି, ଅଥଚ କରୋନା ଭାଇରସ୍ ଶେଷ ହେବାର ନାଁ ନେଉନାହିଁ। ଯେତେବେଳେ ଲାଗୁଛି ଏହି ମହାମାରୀ ଦୂର ହୋଇଯିବ, ସେତେବେଳେ ହିଁ କୋଭିଡ ପୁଣି ବୃଦ୍ଧି ପାଇବା ଆରମ୍ଭ କରୁଛି।

ଏବେ ପାଖାପାଖି ଆଠ ମାସର ବ୍ୟବଧାର ପରେ ଦେଶରେ ୪ ହଜାରରୁ ଅଧିକ ନୂଆ ମାମଲା ପଞ୍ଜିକୃତ ହୋଇଛି। ଆକ୍ଟିଭ୍‌ ରୋଗୀଙ୍କ ସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଯେ ପ୍ରତିଦିନ ଦୈନିକ ମାମଲା ବୃଦ୍ଧି ପାଉଛି। ପଜିଟିଭିଟି ରେଟ୍‌ ମଧ୍ୟ ବଢ଼ୁଛି। ଖାସ୍‌ କରି, ଦିଲ୍ଲୀ, ମହାରାଷ୍ଟ୍ର ଏବଂ କେରଳରେ ଭାଇରସ୍‌ ବିପଜ୍ଜନକ ହେବାରେ ଲାଗିଛି।

ଏହି ତିନି ରାଜ୍ୟରେ କୋଭିଡ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବା ମାମଲା ବଢ଼ି ଚାଲିଛି। କିଛି ରୋଗୀଙ୍କଠାରେ ଭାଇରସ୍‌ କାରଣରୁ ନିମୋନିଆର ଅଭିଯୋଗ ମଧ୍ୟ ଦେଖାଯାଉଛି। ଡାକ୍ତରଙ୍କ କହିବାନୁସାରେ, ନିମୋନିଆ ହେଉଛି ଫୁସଫୁସର ସଂକ୍ରମଣ। ଚିକିତ୍ସା କରା ନ ଗଲେ ଏହା ସାଂଘାତିକ ହୋଇପାରେ।

କୋଭିଡର ଦ୍ୱିତୀୟ ଲହରୀ ସମୟରେ ମଧ୍ୟ ଅଧିକାଂଶ ମୃତ୍ୟୁ ନିମୋନିଆ କାରଣରୁ ହୋଇଥିଲା। ଏବେ ପୁଣିଥରେ କିଛି ରୋଗୀଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ବୃଦ୍ଧ ଏବଂ ପୁରୁଣା ରୋଗରେ ପୀଡିତ ଲୋକମାନଙ୍କଠାରେ ଏହାର ବିପଦ ଅଧିକ ହୋଇପାରେ।

ବିଶେଷଜ୍ଞଙ୍କ କହିବା ହେଲା, ବର୍ତ୍ତମାନ ଲୋକମାନେ ସତର୍କ ରହିବା ଉଚିତ୍। ଭାଇରସ୍‌ ପରିବର୍ତ୍ତନ ହେଉଛି ଏବଂ କ୍ରମାଗତ ଭାବରେ ନୂଆ ଭାରିଏଣ୍ଟ ଆସୁଛି। ଏହି ଭାରିଏଣ୍ଟଗୁଡିକ ଶୀଘ୍ର ବିସ୍ତାର ହେଉଛି। ଏଭଳି ସ୍ଥିତିରେ ଅବହେଳା କରିବା ଉଚିତ ନୁହେଁ।