ଆଶାରାମଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅସୁସ୍ଥ ହୋଇପଡ଼ିଛନ୍ତି ଆଶାରାମ ବାପୁ। ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶାରାମଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଏଣୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଆଶାରାମ କରୋନା ସଂକ୍ରମିତ ଅଛନ୍ତି। ୩ ଦିନ ତଳେ ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କର ଟେଷ୍ଟ ହୋଇଥିଲା ଓ ରିପୋର୍ଟ ପଜିଟିଭ ଆସିଥିଲା।

୮୦ ବର୍ଷୀୟ ଆଶାରାମଙ୍କ ଠାରେ କରୋନା ଲକ୍ଷଣ ଆହୁରି ବଢ଼ିଛି ଓ ଏବେ ତାଙ୍କୁ ନିଶ୍ଵାସ ପ୍ରଶ୍ୱାସ ନେବା ବେଳେ ସମସ୍ୟା ହେଉଛି। ଏଥିସହ ତାଙ୍କ ଦେହ ମଧ୍ୟ ବୁଲେଇ ହେଉଛି। ଏଣୁ ଜେଲ କର୍ତ୍ତୃପକ୍ଷ ଆଶାରାମଙ୍କୁ ମେଡିକାଲକୁ ପଠାଇଦେଇଛନ୍ତି। ବାପୁଙ୍କ ଦେହ ଖରାପ ଖବର ଶୁଣିବା ପରେ ତାଙ୍କର ବହୁ ସମର୍ଥକ ହସ୍ପିଟାଲରେ ପହଞ୍ଚି ଥିବା ଦେଖାଯାଇଛି।

ଏହା ପୂର୍ବରୁ ଫେବ୍ରୁଆରୀ ମାସରେ ଆଶାରାମଙ୍କ ଦେହ ଖରାପ ହୋଇଥିଲା। ସେତେବେଳେ ତାଙ୍କୁ ମହାତ୍ମାଗାନ୍ଧି ହସ୍ପିଟାଲରେ ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ଏବେ ଜେଲରେ ସଜ୍ଜା କାଟୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.