ବାତ୍ୟା ସମୟରେ ବାଧାପ୍ରାପ୍ତ ନହେଉ କୋଭିଡ଼ ଚିକିତ୍ସା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(କେ ନ୍ୟୁଜ):  ସାମୁଦ୍ରିକ ବାତ୍ୟା ୟସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ। ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସରଞ୍ଜାମ ସହ ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏନଡିଆରଏଫର ୪୬ଟି ଟିମ୍‌ ମୁତୟନ ହୋଇଛନ୍ତି। ଅନ୍ୟ ୧୩ଟି ଟିମ୍‌କୁ ଏୟାର ଲିଫ୍‌ଟ ଯୋଗେ ପଠାଯିବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ରିଲିଫ, ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଇଣ୍ଡିଆନ କୋଷ୍ଟ ଗାର୍ଡ ଓ ନୌସେନାକୁ ସଜାଗ ରଖାଯିବା ସହ ଜାହାଜ ଓ ହେଲିକପ୍‌ଟରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସମୁଦ୍ରକୂଳ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଧାର୍ଯ୍ୟ ସମୟ

ମଧ୍ୟରେ ସ୍ଥାନାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ଶୀଘ୍ର ବିଜୁଳିଯୋଗାଣ ଓ ଟେଲିକମ୍‌ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ ଉପରେ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ସମୟରେ ସଂକ୍ରମିତଙ୍କ ଚିକିତ୍ସା ଯେଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦି। ଭର୍ଚୁଆଲରେ ହୋଇଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ବିଭିନ୍ନ ବିଭାଗର ସଚିବଙ୍କଗ ସହ ଆଇଏମଡି ଓ ଏନଡିଆରଏଫ ଡିଜି ଯୋଗ ଦେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.