ଆମେରିକାର ପରମାଣୁ ଗବେଷଣା ଅନୁଷ୍ଠାନ ଉପରେ ବଡ଼ ଧରଣର ସାଇବର ଆଟାକ୍‌

କେନ୍ୟୁଜ୍‌: ଆମେରିକାର ସରକାରୀ ଏଜେନ୍ସି ଉପରେ ବଡ଼ ଧରଣର ସାଇବର ଆଟାକ । ଆମେରିକାର ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ହେଉଥିବା ଅନୁଷ୍ଠାନ ଓ ପରମାଣୁ ଗବେଷଣା ଅନୁଷ୍ଠାନ ମଧ୍ୟ ଏହି ଆଟାକ୍‌ରୁ ବର୍ତ୍ତି ପାରିନାହିଁ । ଏହି ସାଇବର ଆଟାକ୍‌ ଆମେରିକାକୁ କେତେ କ୍ଷୟକ୍ଷତି ପହଞ୍ଚାଇଛି, ତାର ସଠିକ୍‌ ଆକଳନ କରାଯାଇପାରିନାହିଁ । ଏହା ଆମେରିକାର ଜାତୀୟ ନିରାପତ୍ତାକୁ ବିପଦରେ ପକାଇଥିବା କୁହାଯାଉଛି ।

ସୂଚନା ଅନୁସାରେ ନ୍ୟୁ ମେକ୍ସିକୋ ଏବଂ ଓ୍ଵାଶିଂଟନ୍‌ରେ ଫେଡେରାଲ ଏନର୍ଜି ରେଗୁଲେଟାରୀ କମିଶନ, ସାଣ୍ଡିଆ, ଲସ୍‌ ଆଲାମୋସ୍‌ ଜାତୀୟ ଲାବରୋଟାରୀ, ନିରାପତ୍ତା ପରିବହନ କାର୍ଯ୍ୟାଳୟ ଏବଂ DOEର ରିଚ୍‌ଲ୍ୟାଣ୍ଡ ଫିଲ୍ଡ ଅଫିସ୍‌ ନେଟଓ୍ଵର୍କରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ଅନ୍ୟ ଏଜେନ୍ସି ଅପେକ୍ଷା ହ୍ୟାକରମାନେ EFRCରେ ଅଧିକ କ୍ଷତି କରିବାକୁ ସକ୍ଷମ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.