ସାଇକେଲ ଗାର୍ଲ ଜ୍ୟୋତିଙ୍କ ଉପରେ ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ, ଜାଣନ୍ତୁ ଲିଡ଼ ରୋଲରେ କିଏ ଆସିବେ ନଜର

ଦେଶରେ ଦିନ କୁ ଦିନ ମାରାତ୍ମକ କରୋନା ଭାଇରସ ନିଜ କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ଲକଡାଉନର କଡ଼ାକଡ଼ି ନିୟମ ଗୁଡିକୁ ମଧ୍ୟ ଧୀରେ ଧୀରେ କୋହଳ କରାଯାଉଛି । ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ସବୁଠୁ ଅଧିକ ହଇରାଣ ହରକତର ଶିକାର ବାହାର ରାଜ୍ୟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ହିଁ ଭୋଗିବାକୁ ପଡିଥିଲା । ଦେଶରେ ଗାଡି ଚଳାଚଳ ବନ୍ଦ ଥିବାରୁ ଓ ପାଖରେ କାମଧନ୍ଦା ନଥିବାରୁ ବାଧ୍ୟ ହୋଇ ପ୍ରବାସୀ ଶ୍ରମିକ ମାନଙ୍କୁ ପାଦରେ ଚାଲି ଚାଲି ନିଜ ନିଜ ଘରକୁ ଫେରିବାକୁ ପଡିଥିଲା । ଏମିତି ଏକ ସମୟରେ ନିଜର ଅଦମ୍ୟ ସାହସ ଦେଖାଇ ଇତିହାସ ସୃଷ୍ଟି କରିଛନ୍ତି ଜ୍ୟୋତି କୁମାରୀ । ଆଉ କୌଣସି ଉପାୟ ନଥିବାରୁ ନିଜ ରୋଗୀଣା ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ନିଜେ ସାଇକେଲ ଚଳାଇ ଘରକୁ ଫେରିଥିଲେ ଜ୍ୟୋତି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ କୋଣ ଅନୁକୋଣରୁ ଜ୍ୟୋତିଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା ।

ଏମିତିକି ଟ୍ରମ୍ପ କନ୍ୟା ଇଭାଙ୍କା ଟ୍ରମ୍ପ ବି ଜ୍ୟୋତିଙ୍କ ପ୍ରଶଂସା କରିଥିଲେ । ଖୁବ ଶୀଘ୍ର ଏହି ସାଇକେଲ ଗାର୍ଲ ଜ୍ୟୋତିଙ୍କ ଉପରେ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଜ୍ୟୋତି ନିଜେ ହିଁ ମୁଖ୍ୟ ଭୂମିକାରେ ଆବର୍ତ୍ତୀର୍ଣ୍ଣ ହେବେ । ଆଉ ମଧ୍ୟ ଜଣାଯାଇଛିକି ଏହି ଫିଲ୍ମ ଟିର ଟାଇଟଲ “ଆତ୍ମନିର୍ଭର” ରଖାଯିବ ବୋଲି ସ୍ଥିର ହୋଇଛି । ସିନେମା ଟିରେ ଜ୍ୟୋତିଙ୍କ ଜୀବନ କାହାଣୀ ଉପରେ ଫୋକସ କରାଯିବା ସହ ବିଭିନ୍ନ ସାମାଜିକ ଘଟଣା ଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ସୂଚନା ଦେବା ଉଚିତ କି ହିନ୍ଦି, ଇଂରାଜୀ, ମଇଥେଲୀ ଭାଷାରେ ପ୍ରସ୍ତୁତ କରାଯିବା ସହ ଅନ୍ୟ ଭାଷା ଗୁଡିକରେ ମଧ୍ୟ ଡବିଙ୍ଗ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.