ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ, ୧୫୭ କିମି ବେଗରେ ବହୁଛି ପବନ

କେନ୍ୟଜ୍(ବ୍ୟୁରୋ):   ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ । କିଛି ସମୟ ତଳେ ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ୍‌ କରିଛି । ଏହାର ପ୍ରଭାବରେ ୧୫୭ କିମି ବେଗରେ ପବନ ବୋହୁଛି । ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ ଘଣ୍ଟା ଧରି ଲାଗି ରହିବ । ସାଗର ଆଇଲାଣ୍ଡ ଓ ଖେପୁପରା ମଧ୍ୟରେ ସୁନ୍ଦରବନ ତ୍ରିକୋଣଭୂମି ଦେଇ ପାର କରୁଛି ବୁଲବୁଲ୍‌। ସ୍ଥଳଭାଗ ଛୁଇଁବା ପରେ ଏହା ଧିରେଧିରେ ଦୁର୍ବଳ ହୋଇ ଆଗକୁ ବଢିବ। ଏହାର ପ୍ରଭାବରେ ବାଂଲାଦେଶର ୧୩ଟି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଗଲାଣି । ବାଂଲାଦେଶ ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପାଖାପାଖି ୫୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ । ପୂର୍ବରୁ ୧୩ଟି ଜିଲ୍ଲାରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିଲା । ବାଂଲା ମିଡିଆ ରିପୋର୍ଟ ଅନୁସାରେ ପ୍ରଭାବିତ ଲୋକଙ୍କ ପାଇଁ ୪ ହଜାର ୫୧୬ଟି ଆଶ୍ରୟ ସ୍ଥଳ କରାଯାଇଛି । ୧ ହଜାର ୫୭୭ ମେଡିକାଲ୍‌ ଟିମ୍‌ ସଜାଗ ରହିଛି । ବାଂଲାଦେଶର ଦୁଇଟି ପ୍ରମୁଖ ବନ୍ଦର ମୋଙ୍ଗଲା ଓ ଚିଟ୍ଟଗାଁଓକୁ ବନ୍ଦ କରି ଦିଆଯାଇଛି । ମୋଙ୍ଗଲା ବନ୍ଦରରେ ୧୦ ନମ୍ବର ଓ ଚିଟ୍ଟଗାଁଓରେ ବନ୍ଦରରେ ଜାରି ରହିଛି ନଅ ନମ୍ବର ବିପଦ ସଙ୍କେତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.