Below header

୧୦୦ ବର୍ଷ ପରେ ମନ୍ଦିରରେ ପ୍ରବେଶ କଲେ ଦଳିତ, ସୋସିଆଲ ମେଡ଼ିଆରୁ ଆରମ୍ଭ ସଂଘର୍ଷର ଅନ୍ତ ହେଲା

ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଦଳିତମାନଙ୍କ ପାଇଁ ବୁଧବାର ଏକ ଐତିହାସିକ ଘଟଣା ସୃଷ୍ଟି ହୋଇଛି | ଦୀର୍ଘ ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିଆମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି |

ତିରୁଭାନ୍ନାମଲାଇ: ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଦଳିତମାନଙ୍କ ପାଇଁ ବୁଧବାର ଏକ ଐତିହାସିକ ଘଟଣା ସୃଷ୍ଟି ହୋଇଛି | ଦୀର୍ଘ ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିଆମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି | ଦଳିତମାନଙ୍କ ପ୍ରବେଶ ବେଳେ ମନ୍ଦିର ନିକଟରେ ପୋଲିସ ସୁରକ୍ଷା କଡାକଡି କରାଯାଇଥିଲା |

ପ୍ରଥମ ଥର ପାଇଁ ଏହି ମନ୍ଦିରକୁ ଦଳିତ ପରିବାର ପ୍ରବେଶ କରିଛନ୍ତି | ବିଶ୍ୱାସ ରହିଛି କି, ଏହି ମନ୍ଦିରରେ ନବ ବିବାହିତା ପୋଙ୍ଗଲ ରାନ୍ଧି ପ୍ରାର୍ଥନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ଦଳିତମାନେ ଏଥିରୁ ବଂଚିତ ଥିଲେ | ବୁଧବାର ତାହା ପୂର୍ଣ୍ଣ ହୋଇଥିବାରୁ ଦଳିତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି |

ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି | ଅନ୍ୟ ସମ୍ପ୍ରଦାୟର ଲୋକମାନେ ଏପର୍ଯ୍ୟନ୍ତ କୌଣସି ପ୍ରତିବାଦ କରିନାହାଁନ୍ତି ବୋଲି ପୋଲିସ କହିଛି | ଜୁଲାଇ ମାସରୁ ମନ୍ଦିର ଭିତରକୁ ପ୍ରବେଶକୁ ନେଇ ଆନ୍ଦୋଳନ ଚାଲିଥିଲା | ଗାଁର ଦୁଇ ଯୁବକ ଗୋଟିଏ ସ୍କୁଲରେ ପାଠ ପଢିବା ପରେ ଚେନ୍ନାଇ ଚାକିରୀ ପାଇଁ ପଳାଇଥିଲେ | ସୋସିଆଲ ମେଡିଆରେ ମନ୍ଦିର ପ୍ରବେଶ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ଲଢେଇ ହୋଇଥିଲା | ଉଭୟ ଯୁବକ ଗାଁକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ମୁଥ ମରାମରି ହୋଇଥିଲେ | ଫଳରେ ଦଳିତ ଓ ଭାନିଆର ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ହୋଇଥିଲା|

ଏହାପରେ ଦଳିତମାନେ ଜିଲ୍ଲା ରାଜସ୍ୱ ଓ ପୁଲିସ ଅଧିକାରୀଙ୍କ ନିକଟରେ ଆବେଦନ କରି ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ | ସେମାନେ ବୁଧବାର ମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ଘୋଷଣା କରିବା ପରେ ଡିଆଇଜି (ଭେଲୋର ରେଞ୍ଜ) ଏମ୍.ଏସ୍. ମୁଥୁସାମିଙ୍କ ନେତୃତ୍ୱରେ ଏକ ବଡ଼ ପୁଲିସ ଫୋର୍ସ ଗାଁରେ ମୁତୟନ କରାଯାଇଥିଲା | ତେବେ ଏହାକୁ ନେଇ କୌଣସି ଗଣ୍ଡୋଗଳ ହୋଇ ନଥିବା ଜଣାଯାଇଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.