ବାପା ସାମ୍ନାରେ ଝିଅକୁ ଅପହରଣ ମାମଲାରେ ନୂଆ ମୋଡ଼ : ଅପହରଣକାରୀକୁ ବିବାହ କଲେ ଯୁବତୀ, ଭିଡିଓ କରି ବାପାଙ୍କୁ କଲେ ସେୟାର

ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାରେ ୧୮ ବର୍ଷୀୟ ଯୁବତୀଙ୍କ ଅପହରଣ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ଅପହରଣ ହୋଇଥିବା ଯୁବତୀ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଅପହରଣକାରୀକୁ ବିବାହ କରିଛନ୍ତି ଅପହରଣ ହୋଇଥିବା ଯୁବତୀ । ଭିଡିଓ କରି ବାପାଙ୍କୁ ସେୟାର କଲେ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭିଡିଓରେ ଯୁବତୀ ଜଣକ କହିଛନ୍ତି, ଆମେ ୪ ବର୍ଷ ହେଲାଣି ପ୍ରେମ ସଂପର୍କରେ ରହିଥିଲୁ । ଆଉ ବର୍ଷକ ପୂର୍ବରୁ ବିବାହ କରିନେଇଥିଲୁ । ସେତେବେଳେ ମୁଁ ନାବାଳିକା ଥିଲି। ତେଣୁ ଆମେ କାହାକୁ ଜଣାଇନଥିଲୁ ।

ପୂର୍ବରୁ ବାପା ମା’ ଏହାକୁ ନେଇ ଥାନାରେ ମାମଲା ଦାୟର କରିଥିଲେ । ଆଉ ଘରକୁ ଫେରାଇ ନେଇଥିଲେ। ପରିବାର ଲୋକ ଏହି ବିବାହକୁ ସ୍ୱୀକାର କରିନଥିଲେ । ଝିଅ ପ୍ରେମ କରୁଥିବା ଯୁବକ ଜଣକ ଦଳିତ ଥିବାରୁ ଅନ୍ୟ ସ୍ଥାନରେ ଝିଅର ବାହାଘର ଠିକ୍‌ କରିଥିଲେ। ତେଣୁ ଆମେ ଘରୁ ଫେରାର ହୋଇ ବିବାହ କରିଥିଲୁ। ସେମାନଙ୍କୁ ସୁରକ୍ଷା ପାଇଁ ଯୁବତୀ ଜଣକ ଆବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଯୁବତୀ ଜଣକ ନିଜ ବାପାଙ୍କ ସହିତ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଧଳା ରଙ୍ଗର କାରରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ଯୁବତୀଙ୍କୁ ଜୋର୍ ଜବରଦସ୍ତ ଟେକି ନେଇ ଗାଡ଼ିରେ ବସାଇ ଦେଇଥିଲେ। ଝିଅର ବାପା କିଛି ଭାବିବା ଆଗରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଯଦିଓ ଯୁବତୀଙ୍କ ବାପା କାର୍ ପଛରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇ ନ ଥିଲେ।

ସିସିଟିଭିରେ କଏଦ ହୋଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା।  ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ, ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ନିଜ ମୁହଁରେ କପଡ଼ା ବାନ୍ଧିଥିଲେ। ଯୁବତୀ ଜଣକ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଜୋର୍‌ ଜବରଦସ୍ତ ଭିଡ଼ି ନେଇ କାରରେ ବସାଇ ଦେଇଥିଲେ। ଏହାପରେ କାର୍‌ର ଡୋର୍‌ ବନ୍ଦ କରି ଦେଇଥିଲେ। ଯୁବତୀଙ୍କ ବାପା କାର୍‌ ପଛେ ପଛେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇପାରି ନ ଥିଲେ। ଦୁର୍ବୃତ୍ତମାନେ ଆଖି ପିଛୁଳାକେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.