ଆଜି ବି ସୀତାଙ୍କ ଅଭିଶାପର ଦଣ୍ଡ ଭୋଗୁଛନ୍ତି ଏହିମାନେ, କଣ ଆପଣ ଜାଣିଛନ୍ତି କି ଏମାନଙ୍କୁ..

ଭାରତୀୟ ପୁରାଣଶାସ୍ତ୍ର ମଧ୍ୟରେ ରାମାୟଣ ଅନ୍ୟତମ। ଏହା ବିଷୟରେ ଆପଣ ସମସ୍ତେ ଜାଣିଥିବେ। ଏହା ହିନ୍ଦୁ ଧର୍ମର ପ୍ରସିଦ୍ଧ ଗ୍ରନ୍ଥ, ଏଥିରେ ବର୍ଣ୍ଣିତ କଥା ସାଧାରଣ ମନୁଷ୍ୟର ଜୀବନ ସମ୍ବନ୍ଧୀୟ ସମସ୍ତ ଘଟଣା ସହ ଜଡିତ। ରାମାୟଣ ଗ୍ରନ୍ଥରେ ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଜୀବନ ସମ୍ବନ୍ଧୀୟ ଅନେକ ପ୍ରମୁଖ ଘଟଣା ବର୍ଣ୍ଣନା କରାଯାଇଛି। ଏନେଇ ମାତା ସୀତାଙ୍କ ଦ୍ବାରା ଦିଆଯାଇଥିବା ଅଭିଶାପକୁ ଆଜି ପର‌୍ୟ୍ୟନ୍ତ କିଛି ବ୍ୟକ୍ତି ଭୋଗୁଛନ୍ତି। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଶାସ୍ତ୍ରନୁଯାୟୀ ମାତା ସୀତା କିଛି ବ୍ୟକ୍ତିଙ୍କୁ ମିଥ୍ୟା କହିବା କାରଣରୁ ଅଭିଷାପ ଦେଇଥିଲେ। ଯାହାକୁ ଆଜି ମଧ୍ୟ ଭୋଗୁଛନ୍ତି ସେମାନେ। ପୌରାଣୀକ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଶ୍ରୀ ରାମଚନ୍ଦ୍ରଙ୍କ ତାଙ୍କ ପିତାଙ୍କ ପିଣ୍ଡଦାନ କରିବା ପାଇଁ ଜିନିଷ ଆଣିବାକୁ ଭାଇ ଲକ୍ଷ୍ମଣକୁ ପଠାଇଥିଲେ। କିନ୍ତୁ ଲକ୍ଷ୍ମର ବହୁତ ସମୟ ପରେ ମଧ୍ୟ ପିଣ୍ଡଦାନ ସାମଗ୍ରୀ ଆଣିନଥିଲେ। ଫଳରେ ପିଣ୍ଡଦାନ କରିବାର ସଠିକ୍ ସମୟ ପଳାଇଯାଇଥିଲା। ଫଳରେ ସୀତା ଫଳଗୁ ନଦୀରେ ସ୍ନାନ କରିବା ସହ ପାଣି ଅର୍ପଣ କରି ପିଣ୍ଡ ଦାନ କରିଥିଲେ। ଯେଉଁଥିରେ ସନ୍ତୁଷ୍ଠ ହୋଇ ତାଙ୍କ ଶ୍ବଶୁର(ଦଶରଥ) ଆର୍ଶିବାଦ ଦେଇଥିଲେ। ଏହି ସମୟରେ ସୀତା କହିଥିଲେ ମୁଁ ସ୍ବାମୀ ରାମ ଏବଂ ଲକ୍ଷ୍ମଣ ଆସିଲେ ତାଙ୍କୁ ସମସ୍ତ କହିବି ହେଲେ ମତେ କେହି ବିଶ୍ବାସ କରିବେ ନାହିଁ। ସେହି ସମୟରେ ଦଶରଥ କହିଥିଲେ ତୁମେ ପିଣ୍ଡ ଦାନ କରିଥିବାର ୫ ଜଣ ସାଖି ଅଛନ୍ତି। ଯେପରିକି, ଫଲଗୁ ନଦୀ, ବ୍ରାହ୍ମଣ, କାଉ, ତୁଳସୀ ଗଛ,ଗାଇ।

ଯେବେ ରାମଚନ୍ଦ୍ର ଫେରିଲେ ସୀତା ରାମଚନ୍ଦ୍ରଙ୍କୁ ପିଣ୍ତଦାନ ସମ୍ବନ୍ଧୀୟ ସମସ୍ତ ଘଟଣା ବିଷୟରେ କହିଥିଲେ। ଏବଂ ସେହି ଘଟଣାର ସାଖି ଥିବା ପଣ୍ତିତ,ଗାଇ, କାଉ, ଫଲଗୁ ନଦୀ ଏବଂ ତୀଳସୀକୁ ପଚାରିଥିଲେ। ଯେଉଁ କଥାରେ ତୁଳସୀଙ୍କୁ ଛାଡି ବାକି ୪ ଜଣ ମନା କରଦେଇଥିଲେ। ଏହି କଥାରେ କ୍ରୋଧିତ ହୋଇ ସୀତା, ସେହି ଚାରି ଜଣଙ୍କୁ ମିଥ୍ୟ କହିବା ପାଇଁ ଅଭିଶାପ ଦେଇଥିଲେ। ଏବଂ କହିଥିଲେ …

-ପଣ୍ତିତଙ୍କୁ ଅଭିଷାପ ଦେଇ କହିଥିଲେ, ତୁମ ପାଖରେ ଯେତେ ଧନ ଆସିଲେ ମଧ୍ୟ ଦରିଦ୍ରତା ତୁମର ପିଛା ଛାଡିବ ନାହିଁ ।

-ଗାଇକୁ କହିଥିଲେ ଘରେ ପୁଜା ହୋଇସାରିବା ପରେ ଗାଇକୁ ଲୋକମାନେ ଅଇଁଠା ଖୁଆଇବେ।

-କାଉ କୁ ଅଭିଷାପ ମିଳିଥିଲା କି, ସେ କେବେ ବି ପେଟ ଭରି ଖାଇପାରିବ ନାହିଁ। ଏବଂ ତାହାକୁ ଆକସ୍ମିକ ମୃତ୍ୟୁର ସାମନା କରିବାକୁ ପଡିବ।

-ଫଲଗୁ(ସରସ୍ବତୀ) ନଦୀଙ୍କୁ ସୀତା ଅଭିଷାପ ଦେଲେ କି ଯେତେ ବି ପାଣି ମିଳିଯାଉ , କିନ୍ତୁ ଏହି ନଦୀ ସବୁବେଳେ ସୁଖିଲା ରହିବ।

You might also like