ଆତଙ୍କ ରଚିବାକୁ ସ୍ପେଶାଲ ୟୁନିଟ୍‌ ଗଢ଼ୁଛି ଦାଉଦ୍‌, ଟାର୍ଗେଟରେ ବଡ଼ ନେତା ଓ ସେଲିବ୍ରିଟି: NIA

ଅଣ୍ଡର ଓ୍ଵାର୍ଲ୍ଡ ଡନ୍‌ ତଥା ଗ୍ଲୋବାଲ ଟେରୋରିଷ୍ଟ ଦାଉଦ ଇବ୍ରାହିମ୍‌ ପୁଣିଥରେ ଆକ୍ଟିଭ୍‌ ହୋଇଛି। ଦୀର୍ଘ ଦିନ ଧରି ସୁପ୍ତ ରହିବା ପରେ ପୁଣି ନିଜ ଅସଲ ରୂପକୁ ଫେରୁଛି ଡି-ଗ୍ୟାଙ୍ଗ୍‌। ପୁଣିଥରେ ଆତଙ୍କ ରଚିବାକୁ ଯୋଜନା କରୁଛି ଦାଉଦ। ଭାରତକୁ ଦୋହଲାଇବା ପାଇଁ ଏକ ସ୍ପେଶାଲ ୟୁନିଟ୍‌ ଗଠନ କରିଛି ଦାଉଦ। ବିସ୍ଫୋରକ ଓ ଘାତକ ଅସ୍ତ୍ର ଶସ୍ତ୍ର ସହ ଏହି ୟୁନିଟ୍‌ ଭାରତର ଏକାଧିକ ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା କରୁଛି। ତାଙ୍କ ଟାର୍ଗେଟରେ ମୁଖ୍ୟତଃ ଦିଲ୍ଲୀ ଓ ମୁମ୍ବାଇ ରହିଛି। ଏଥିସହ ଜଣେ ବଡ଼ ନେତା ଓ କିଛି ବଡ଼ ବଡ଼ ସେଲିବ୍ରିଟି ବି ତା ଟାର୍ଗେଟରେ ଅଛନ୍ତି। ଡି-ଗ୍ୟାଙ୍ଗ୍‌ର ଏହି ଯୋଜନା ବିଷୟରେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ଖବର ମିଳିଛି।

ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) ଏକ ଏତଲାରେ ଏ ନେଇ ଉଲ୍ଲେଖ କରିଛି। ଏନ୍‌ଆଇଏର ଏହି ଏତଲା ମୁତାବକ, ଦାଉଦ୍‌ ଇବ୍ରାହିମ୍‌ ପୁଣିଥରେ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଯୋଜନା କରୁଛି।

ଦାଉଦର ଭାଇକୁ କଷ୍ଟଡିରେ ନେଲା ଇଡି:

ଦାଉଦ ଇବ୍ରାହିମ୍‌ର ଭାଇ ଇକବଲ କାସକରକୁ ନିଜ କଷ୍ଟଡିକୁ ନେଇଛି ଇଡି। ମନି ଲଣ୍ଡ୍ରିଂର ଏକ ମାମଲାରେ ୭ ଦିନ ଅର୍ଥାତ୍‌ ୨୪ ଫେବ୍ରୁଆରୀ ଯାଏଁ ଇଡି ଇକବଲକୁ ପଚରାଉଚରା କରିବ। ପ୍ରକାଶ ଯେ ନିକଟରେ ଇଡି ଦାଉଦର ଭାଇ ଓ ତାର କେତେକ ନିକଟତମ ଲୋକଙ୍କ ବିରୋଧରେ ମନି ଲଣ୍ଟ୍ରିଂ କେସ୍‌ ରୁଜୁ କରିଛି। ଏହି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଫଣ୍ଡିଂ କରୁଥିବା ନେଇ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.