Below header

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ଙ୍କର ମୁମ୍ବାଇ ଓ ରତ୍ନଗିରି ସମ୍ପତ୍ତି ହେବ ନିଲାମ, ବିକ୍ରି ହେବ ଆମ୍ବ ବଗିଚା

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଦାଉଦ୍‌ଙ୍କ ମୁମ୍ବାଇ ଏବଂ ରତ୍ନଗିିରିସ୍ଥିତ ସମ୍ପତ୍ତିକୁ ନିଲାମ କରାଯିବ। ୨୦୨୪ ଜାନୁୟାରୀ ୫ରେ ସମ୍ପତ୍ତି ବିକ୍ରି ହେବ।

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଦାଉଦ୍‌ଙ୍କ ମୁମ୍ବାଇ ଏବଂ ରତ୍ନଗିିରିସ୍ଥିତ ସମ୍ପତ୍ତିକୁ ନିଲାମ କରାଯିବ। ୨୦୨୪ ଜାନୁୟାରୀ ୫ରେ ସମ୍ପତ୍ତି ବିକ୍ରି ହେବ। ଦାଉଦ ଇବ୍ରାହିମ୍‌ଙ୍କ ସମ୍ପତ୍ତି ବିଦେଶୀ ମୁଦ୍ରା ଅଧିନିୟମ (Forex Act) ଅଧୀନରେ ଜବତ କରାଯାଇଥିଲା।

ସୂଚନା ମୁତାବକ, ମହାରାଷ୍ଟ୍ରର ରତ୍ନଗିରିରେ ଥିବା ଦାଉଦଙ୍କ ବଙ୍ଗଳା ଏବଂ ଆମ୍ବ ବଗିଚାକୁ ନିଲାମ କରାଯିବ। ଏଠାରେ ମୋଟ ୪ଟି ସମ୍ପତ୍ତି ତସ୍କର ଏବଂ ବିଦେଶୀ ମୁଦ୍ରା ହେର୍‌ଫେର ଅଧିନିୟମ (SAFEMA) ଅଧୀନରେ ନିଲାମ ହେବ। କେନ୍ଦ୍ର ସରକାର ଏ ସମ୍ବନ୍ଧରେ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି। ନିଲାମୀ ଦିନ ୨ଟାରୁ ସାଢ଼େ ୩ଟା ମଧ୍ୟରେ ହେବ।

ସରକାର ପୂର୍ବରୁ ମଧ୍ୟ ଦାଉଦଙ୍କ ପରିବାରର ଅନେକ ସମ୍ପତ୍ତିକୁ ଚିହ୍ନଟ କରି ନିଲାମ କରି ସାରିଛନ୍ତି। ୨୦୦୦ରେ ଆୟକର ବିଭାଗ ଦ୍ୱାରା ଦାଉଦଙ୍କର ୧୧ଟି ସମ୍ପତ୍ତି ପ୍ରଥମ ଥର ନିଲାମ ହୋଇଥିଲା। କିନ୍ତୁ ସେହି ସମୟରେ ନିଲାମୀ ପ୍ରକ୍ରିୟାରେ କେହି ବି ଆସି ନ ଥିଲେ। ବିଗତ କିଛି ବର୍ଷ ମଧ୍ୟରେ ତଦନ୍ତକାରୀ ସଂସ୍ଥା ତାଙ୍କର ଅନେକ ସମ୍ପତ୍ତି ବିକ୍ରି କରିବା ସହ କ୍ରେତାଙ୍କୁ କବ୍‌ଜା ଦେବାରେ ମଧ୍ୟ ସଫଳ ରହିଛି।

୨୦୧୮ରେ ନାଗପାଡାରେ ଦାଉଦଙ୍କର ଏକ ହୋଟେଲ, ଏକ ଗେଷ୍ଟ୍‍ ହାଉସ୍‌ ଏବଂ ବିଲ୍ଡିଂ ବିକ୍ରି ହୋଇଥିଲା। ସେହି ସମୟରେ ତାଙ୍କ ଭଉଣୀ ହସିନା ପାରକରଙ୍କର ଦକ୍ଷିଣ ମୁମ୍ବାଇସ୍ଥିତ ଫ୍ଲାଟ୍‌କୁ ମଧ୍ୟ ତଦନ୍ତ ସଂସ୍ଥା ନିଲାମ କରିଥିଲା। ୨୦୨୦ ଡିସେମ୍ବରରେ ରତ୍ନଗିରିରେ ଦାଉଦଙ୍କ ପରିବାରର ୧.୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ନିଲାମ କରାଯାଇଥିଲା, ଯେଉଁଥିରେ ଦୁଇଟି ପ୍ଲଟ୍ ଏବଂ ବନ୍ଦ ପଡ଼ିଥିବା ଏକ ପେଟ୍ରୋଲ ପମ୍ପ ଅନ୍ତର୍ଭୁକ୍ତ ଥିଲା। ଖେଡ ତାଲୁକାର ଲୋଟେ ଗାଁରେ ଥିବା ଏହି ସମ୍ପତ୍ତିଗୁଡିକ ଦାଉଦଙ୍କ ଭଉଣୀଙ୍କ ନାମରେ ପଞ୍ଜିକୃତ ଥିଲା। କହି ରଖୁଛୁ, ହସିନାଙ୍କର ଅନେକ ବର୍ଷ ତଳୁ ମୃତ୍ୟୁ ହୋଇସାରିଛି। ନିକଟରେ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ବିଷ ଦିଆଯିବାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.