ଆଇପିଏସ୍ ଫ୍ଯାମିଲୀ : ଯେଉଁଠାରେ ବାପ ଝିଅକୁ ମାରେ ସଲାମ୍

ହାଇଦ୍ରାବାଦର ଡ଼େପୁଟି ପୋଲିସ କମିଶନର ଏଆର ଉମାମହେଶ୍ବର ଶର୍ମା ବହୁ ବର୍ଷ ଧରି ପୋଲିସ ସଂସ୍ଥାର ସେବା କରିଆସୁଛନ୍ତି। ତେବେ ଜଣେ ଭଲ ଏବଂ ସଚୋଟ ପୋଲିସ କର୍ମଚାରୀ ହେବା ସହିତ ଏବେ ସେ ଜଣେ ଆଇପିଏସର ଗର୍ବିତ ବାପା ମଧ୍ୟ। ନିକଟରେ କାର୍ଯ୍ଯରତ ଥିବା ସମୟରେ ଦୁଇ ବାପା-ଝିଅ ସମ୍ନାସାମ୍ନୀ ହୋଇଥିଲେ। ସେଠାରେ ଦେଖିବାକୁ ମିଳିଥିଲା ଜଣେ ପିତା ନିଜର ଝିଅକୁ ସଲାମ କରୁଥିବା ଦୃଶ୍ଯ।

ipc

ଡ଼େପୁଟି ପୋଲିସ କମିଶନର ଏଆର ଉମାମହେଶ୍ବର ଶର୍ମା ନିଜ ଆଇପିଏସ ଝିଅ ତଥା ବିରିଷ୍ଠ ଅଧିକାରୀ ସିନ୍ଧୁ ଶର୍ମାଙ୍କୁ ସଲାମ କରୁଥିବା ସମୟରେ ବହୁତ ଗର୍ବ ଅନୁଭବ କରିଛନ୍ତି। ସିନ୍ଧୁ ଶର୍ମା ଏବେ ତେଲେଙ୍ଗାନା ଜିଲ୍ଲା ଜାଗଟିଆଲଠାରେ ପୋଲିସ ସୁପରିଟେଣ୍ଡେ ଭାବେ କାର୍ଯ୍ଯରତ ଅଛନ୍ତି।

ପିତା ଶର୍ମା ଆସନ୍ତା ବର୍ଷକୁ ଅବସର ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏବେ ସେ ହାଇଦ୍ରାବାଦର ମାଲକାଗିରି ଅଞ୍ଚଳରେ ରଚାକୋଣ୍ଡା ପୋଲିସ କମିଶନର ଅଧିନରେ କାର୍ଯ୍ଯରତ ଅଛନ୍ତି। ଅପରପକ୍ଷରେ ସିନ୍ଧୁ ତାଙ୍କ ଝିଅ ଆଇପିଏସ ଅଫିସ ୨୦୧୪ ବ୍ଯଚ୍ ଭାବେ କାର୍ଯ୍ଯରତ ଅଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ଭୟଙ୍କର ଦୁର୍ଘଟଣା ପରେ ମଧ୍ୟ ମରଣକୁ ମାତ୍ ଦେଲା ଯୁବକ : ଭିଡ଼ିଓ ଭାଇରାଲ

ଯେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଏକ ସମ୍ମୀଳନୀ ଗତକାଲି ଅର୍ଥାତ ରବିବାର ଦୁଇ ବାପା-ଝିଅ ସାମ୍ନାସାମ୍ନୀ ଆସିଥିଲେ। ଏହା ବିଷୟରେ ଉମାମହେଶ୍ବର ଶର୍ମା କହିଛନ୍ତି “ଏହା ପ୍ରଥମ ଥର ଆମେ ଦୁଇଜଣ ଆମର ଡ଼୍ଯୁଟି ସମୟରେ ସାମ୍ନାସାମ୍ନି ହୋଇଛୁ।  ମୁଁ ନିଜକୁ ବହୁତ ଭାଗ୍ଯଶାଳୀ ମନେ କରୁଛି ତା ସହ କାମ କରି। ସେ ବରିଷ୍ଠ ଅଧିକାରୀ ମୁଁ ତାକୁ ଦେଖିବା ମାତ୍ରେ ସଲାମ କଲି। ଆମେ ଆମର କାମ ଭଲ ଭାବେ କରୁ ଏହା ବିଷୟରେ କଥା ହେଉନା । କିନ୍ତୁ ଘରେ ଆମେ ସାଧାରଣ ଅନ୍ଯ ବାପା-ଝିଅ ଭଳି ହିଁ ଚଳିଥାଉ । ”

ସିନ୍ଧୁ ଜନ ସମ୍ମଳନୀରେ ମହିଳାଙ୍କ ସୁରକ୍ଷା କାମରେ ନିୟୋଜିତ ରହିଛନ୍ତି। ସେ କହିଛନ୍ତି “ମୁଁ ବହୁତ ଖୁସି। ମୋ ଲାଗି ଆମେ ଦୁଇଜଣ ଏକା ସାଙ୍ଗେ କାମ କରିବାର ଏହା ଏକ ବହୁତ ଭଲ ସୁଯୋଗ”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.