ଦିଲ୍ଲୀ: ହଙ୍ଗାମା ପରେ ଆକ୍ସନ୍‌, ରାସ୍ତାରେ ନମାଜ ପଢ଼ୁଥିବା ଲୋକଙ୍କୁ ମାରିଥିଲେ ଗୋଇଠା, ନିଲମ୍ବିତ ହେଲେ ପୋଲିସ କର୍ମୀ

ଦିଲ୍ଲୀର ଇନ୍ଦ୍ରଲୋକରୁ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ରାସ୍ତାରେ ନମାଜ ପାଠ ଚାଲିଥିଲା । ଏହାରି ଭିତରେ ଜଣେ ପୋଲିସ କର୍ମୀ ଅଭଦ୍ର ଆଚରଣ କରିଥିଲେ ।

ଦିଲ୍ଲୀର ଇନ୍ଦ୍ରଲୋକରୁ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ରାସ୍ତାରେ ନମାଜ ପାଠ ଚାଲିଥିଲା । ଏହାରି ଭିତରେ ଜଣେ ପୋଲିସ କର୍ମୀ ଅଭଦ୍ର ଆଚରଣ କରିଥିଲେ । ପୋଲିସ କର୍ମୀ ଜଣକ ନମାଜ ପଢ଼ୁଥିବା ଯୁବକମାନଙ୍କୁ ଗୋଇଠା ମାରିଥିଲେ ।

ପୋଲିସ କର୍ମୀଙ୍କ ଏଭଳି ଅଭଦ୍ର ଆଚରଣ ପରେ ସେଠାରେ ଥିବା ଲୋକମାନେ ତାତି ଯାଇଥିଲେ ଏବଂ ଜୋରଦାର ହଙ୍ଗାମା କରିଥିଲେ । କିଛି ଲୋକ ଏହାର ଭିଡିଓ କରିଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପୋଲିସ କର୍ମୀଙ୍କୁ ଘେରି ଯାଇଥିଲେ ।

ଏହି ମାମଲାକୁ ନେଇ ନର୍ଥ ଡିସିପି ମନୋଜ ମିଣା କହିଛନ୍ତି ଯେ ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରାଯାଉଛି । ଏହି ଘଟଣାରେ ଅଭିଯୁକ୍ତ ପୋଲିସ କର୍ମୀଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି । ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

ସେପଟେ କଂଗ୍ରେସ ସାଂସଦ ଇମରାନ୍‌ ପ୍ରତାପଗଡ଼ି ଏହି ଭିଡିଓକୁ ‘X’ରେ ସେୟାର କରି ଦିଲ୍ଲୀ ପୋଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି, ‘ଦିଲ୍ଲୀ ପୋଲିସକୁ ଅନୁରୋଧ ଯେ ଏହି ଯବାନଙ୍କ ବିରୋଧରେ ଉଚିତ୍‌ ଧାରାରେ ମାମଲା ରୁଜୁ କରନ୍ତୁ ଏବଂ ତାଙ୍କର ସେବା ସମାପ୍ତ କରନ୍ତୁ’ ।

ଭାଇରାଲ ଭିଡିଓରେ ଦେଖାଯାଉଛି କି, ରାସ୍ତା ପାର୍ଶ୍ୱରେ କିଛି ଯୁବକ ନମାଜ ପଢ଼ୁଛନ୍ତି । ପୋଲିସ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରୁଛି । ଏହାପରେ ପୋଲିସ କର୍ମୀ ସେମାନଙ୍କ ସହ ଅଭଦ୍ର ଆଚରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.