ରାସ୍ତାରେ ଶବ ବୋହି ବୋହି ନେଲେ ପରିବାର ଲୋକେ

ପ୍ରେମ ପ୍ରତାରଣା ଏ ତ ନିତିଦିନିଆ କଥା । ହେଲେ ଏହି ପ୍ରେମ ପାଇଁ ଜୀବନ ଯିବ ତାହା କେହି କେବେ ବିଶ୍ୱାସ କରିପାରିବେନି । କିନ୍ତୁ ଏଇ ପ୍ରେମ ପାଇଁ ଜଣେ ଯୁବକଙ୍କ ଏପରି ଭାବେ ଜୀବନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ପ୍ରେମ ପ୍ରତାରଣା ଏ ତ ନିତିଦିନିଆ କଥା । ହେଲେ ଏହି ପ୍ରେମ ପାଇଁ ଜୀବନ ଯିବ ତାହା କେହି କେବେ ବିଶ୍ୱାସ କରିପାରିବେନି । କିନ୍ତୁ ଏଇ ପ୍ରେମ ପାଇଁ ଜଣେ ଯୁବକଙ୍କ ଏପରି ଭାବେ ଜୀବନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବାରିପଦା ସହରର ଦାମୋଦରପୁର ଗ୍ରାମରେ ଦେଖିବାକୁ ମିଳିଛି ।

ଦାମୋଦରପୁର ଗ୍ରାମର କାର୍ତ୍ତିକ ବିନ୍ଧାଣୀଙ୍କ ପୁଅ ପ୍ରକାଶ ବିନ୍ଧାଣୀ । ସେ ଏକ ବର୍ଷ ଧରି ଜଣେ ଝିଅକୁ ପ୍ରେମ କରୁଥିଲେ । ପରେ ତାଙ୍କ ପ୍ରେମିକାଙ୍କର ବିବାହ ଅନ୍ୟତ୍ର ସ୍ଥିର ହୋଇଯାଇଥିଲା । ତେଣୁ ପ୍ରେମିକା ଜଣକ ପ୍ରକାଶଙ୍କ ସହ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ । ଯେଉଁ କଥାକୁ ନେଇ ପ୍ରକାଶ ରାଗିଯାଇଥିଲେ । ଆଉ ସେ ନିଜ ପ୍ରେମକୁ ଫେରି ପାଇବା ପାଇଁ ପ୍ରେମିକାଙ୍କ ଘରକୁ ଯାଇଥିଲେ ଆଉ ତାଙ୍କୁ ପୁଣି ଫେରି ପାଇବା ପାଇଁ ନିବେଦନ କରିଥିଲେ । ଏସବୁ ଘଟଣାର କିଛି ସମୟ ପରେ ପ୍ରେମିକାଙ୍କ ଘରୁ ପ୍ରକାଶଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଆଉ ପ୍ରକାଶଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାରିପଦା ମେଡିକାଲରେ ମୃତ୍ୟୁବରଣ କରିଥିଲେ ପ୍ରକାଶ । ପରେ ତାଙ୍କ ଶବକୁ କାନ୍ଧରେ ବୋହି ନେଇ ରାସ୍ତାରେ ଚାଲିଥିଲେ ପରିବାର ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାରିପଦା ସହର ରାସ୍ତାରେ।

ତେବେ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ନେଇ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇ ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଘରକୁ ନେବାକୁ ସରକାରୀ ଶବବାହକ ଗାଡି “ମହାପ୍ରୟାଣ” ମିଳିନଥିଲା। ଏଥି ସହିତ କୋଣସି ପ୍ରାଇଭେଟ ଶବବାହକ ଗାଡି ମଧ୍ୟ ହତ୍ୟା ଅଭିଯୋଗ ପାଇଁ ମୃତଦେହକୁ ନେବାକୁ ଅମଙ୍ଗ ପ୍ରକାଶ କରିଥିଲେ। ଏଥିରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବୋହି ଘରକୁ ନେଇ ବାହାରିଥିଲେ। ତେବେ ପୁଲିସ ପାଲବଣି ନିକଟରେ ପହଞ୍ଚି ଜୋର ଜବରଦସ୍ତ ଭାବେ ଶବକୁ ନେଇ ଯାଇଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସଦର ଥାନା ଘେରାଉ ପରିବାର ଲୋକେ ଘେରାଉ କରିଛନ୍ତି। ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ ଓ ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ଥାନା ପରିସରରେ ଉତ୍ତେଜିତ ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.