Below header

ପୁଣି ସାମ୍ନାକୁ ଆସିଲା ପୋଲିସର ମାନବିକତା, କ୍ୟାନ୍ସର ପୀଡିତଙ୍କ ଶେଷ ଇଛା ପୂରଣ କରିବା ପାଇଁ ଲକଡାଉନରେ କଲେ ଏପରି କାମ

କରୋନା ସଙ୍କଟ ସମୟରେ ପୋଲିସ ଠାରୁ ଆରମ୍ଭ କରି ଡାକ୍ତରମାନେ ଲଗାତାର ଜନତାଙ୍କ ସେବାରେ ଲାଗି ରହିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି ଯେଉଁ କାରଣରୁ ସମସ୍ତ ଧାର୍ମିକ ସ୍ଥଳ । ସାର୍ବଜନିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଏପରିସ୍ଥଳେ ଦିଲ୍ଲୀ ପୋଲିସ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛି । କ୍ୟାନ୍ସରରେ ପୀଡିତ ନିଜ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଜଣେ ପୁଅ ପୋଲିସ ପାଖରେ ନିବେଦନ କରିଥିଲେ । ରୋଗଶଯ୍ୟାରେ ଶୋଇଥିବା ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୁରଣ କରିବା ପାଇଁ ପୋଲିସ ତାଙ୍କ ପୁଅର ନିବେଦନ ରକ୍ଷା କରିଛନ୍ତି ।

marriage

ସୁଚନା ଅନୁଯାୟୀ, ଦିଲ୍ଲୀର ନେତାଜୀ ସୁବାଷ୍ ପ୍ଲେସ ଅଞ୍ଚଳରେ ରହୁଥିବା ଲବ ଗୋୟେଲ୍ ନାମକ ଜଣେ ବ୍ୟକ୍ତି ପୋଲିସକୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ଲେଖିଥିଲେ ତାଙ୍କ ପିତା ମୋହନ ଗୋୟେଲଙ୍କୁ ବ୍ଳଡ଼ କ୍ୟାନସର୍ । 24 ମାର୍ଚ୍ଚ କୁ ତାଙ୍କ ବାପାଙ୍କର ଲାଷ୍ଟ ଷ୍ଟେଜ ବୋଲି ଡାକ୍ତର୍ ଜଣାଇ ଦେଇଛନ୍ତି ଏବଂ ସେ ଆଉ ଖୁବ କମ ଦିନ ବଞ୍ଚିବେ । ତେବେ ବଞ୍ଚି ଥାଉ ଥାଉ ତାଙ୍କର ଶେଷ ଇଚ୍ଛା ଯେ ସେ ନିଜ ପୁଅର ବିବାହ ଦେଖିବେ । ତେଣୁ ନିଜ ବାପାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ଲକ୍ ଡାଉନର ସମସ୍ତ ନିୟମ ଓ ସୋସିଆଲ ଡିଷ୍ଟାନ୍ସିଂକୁ ପାଳନ କରି ସେ ମେ 5 ତାରିଖରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଚିଠିରେ ଜଣାଇଥିଲେ ।

police

ତେବେ ଏହି ଚିଠି ପାଇବା ପରେ ପୋଲିସ ପୁଣିଥରେ ତାଙ୍କର ମାନବିକତା ଦେଖାଇବା ସହିତ ପିତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ମେ 5ରେ ବିବାହ ପାଇଁ ଅନୁମତି ଦେଇଛନ୍ତି । ମେ 5 ତାରିଖରେ ଏହି ବିବାହ ଅନୁଷ୍ଠିତ ହେବ ଯେଉଁଥିରେ ବର ପକ୍ଷରୁ 5 ଜଣ ଓ କନ୍ୟା ପକ୍ଷରୁ 5 ଜଣ ଉପସ୍ଥିତ ରହିବେ । ସୋସିଆଲ ଡିଷ୍ଟାନ୍ସିଂ ସହିତ ସମସ୍ତ ନିୟମ ପାଳନ କରି ପୋଲିସ ଷ୍ଟାଫଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.