ଦିଲ୍ଲୀ ପୋଲିସ କନେଷ୍ଟବଳ ଭର୍ତ୍ତି ପାଇଁ ଆସିଗଲା ଆଡ୍‌ମିଟ କାର୍ଡ, ଏହି ଲିଙ୍କରେ କରନ୍ତୁ ଡାଉନଲୋଡ

ମଧ୍ୟ ପ୍ରଦେଶ ଜୋନ (ଏମ୍‌ପିଆର),ଉତ୍ତର ପୂର୍ବ ଜୋନ (ଏନ୍‌ଆଇଆର) ଏବଂ ପଶ୍ଚିମୀ ଜୋନ (ଡବ୍ଲ୍ୟୁଆର)ର କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି) ଦିଲ୍ଲୀ ଦିଲ୍ଲୀ ପୁଲିସ କନେଷ୍ଟବଳର ଅକ୍ଟୋବର ୨୧ ରେ ଥିବା ଅନ୍‌ଲାଇନ ପରୀକ୍ଷା ପାଇଁ ନିଜର ଅଫିସିଆଲ ୱେବସାଇଟ୍‌ରେ ଆଡ୍‌ମିଟ କାର୍ଡ ଅପ୍‌ଲୋଡ କରିଛି। ଏଥି ପାଇଁ ଏହି ଇବସାଇଟ୍‌ msscmpr.org, sscner.org, ଏବଂ sscwr.net ଏହା ଛଡ଼ା ଅୟୋଗ sscnr.nic.in ଓ sscsr.gov.in ରେ ଉତ୍ତର ଜୋନ ପାଇଁ ଏବଂ ଦକ୍ଷିଣ ଜୋନ ପାଇଁ ଆପ୍ଲିକେଶନ ଲିଙ୍କକୁ ଆକ୍ଟିଭ୍‌ କରି ଦେଇଛି। ଆପଣ ଏହାକୁ ବର୍ତ୍ତମାନ ଡାଉନଲୋଡ୍ କରି ପାରିବେ।

SSC Delhi Police Driver Admit Card 2022 କୁ କେମିତି କରିବେ ଡାଉନ୍‌ଲୋଡ :

ସର୍ବ ପ୍ରଥମେ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ନିଜ ଜୋନରେ ଅଫିସିଆଲ ୱେବ୍‌ସାଇଟକୁ ଯିବାକୁ ପଡ଼ିବ।
ୱେବ୍‌ସାଇଟ୍‌ର ହୋମ୍‌ ପେଜ୍‌ରେ, ‘Status and E-Admit Card for Constable (Driver) – Male in Delhi Police Examination, 2022’ ଏହି ଲିଙ୍କରେ କ୍ଲିକ କରିବାକୁ ପଡ଼ିବ।

ଏହା ପରେ ନୂଆ ପେଜ୍‌ ଖୋଲିଯିବ,ଏଠାରେ ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର, ଜନ୍ମ ତାରିଖ କିମ୍ବା ଜନ୍ମ ତାରିଖ ଏବଂ ରୋଲ ନମ୍ବର ଦେଇ ସବ୍‌ମିଟ୍‌ କରିବାକୁ ପଡ଼ିବ। ଏହା କରି ସାରିବା ପରେ ନିଜର ଆଡ୍‌ମିଟ୍‌ କାର୍ଡ ନିଜ ସ୍କ୍ରୀନରେ ଦେଖିବାକୁ ପାଇବେ,ଏହାକୁ ଆପଣ ଡାଉନଲୋଡ କରି ପାରିବେ କିମ୍ବା ଏହାର ପ୍ରିଣ୍ଟ ଆଉଟ ମଧ୍ୟ ବାହାର କରି ପାରିବେ ।

SSC Delhi Police Driver Exam Pattern:
ଜେନେରାଲ ଆଓ୍ଵାରନେସ୍‌ /ଜିକେ-୨୦ ମାର୍କ –୨୦ ପ୍ରଶ୍ନ
ଜେନେରାଲ ଇଣ୍ଟେଲିଜେନ୍ସ/ରିଜୋନିଂ-୨୦ ମାର୍କ –୨୦ ପ୍ରଶ୍ନ
ନ୍ୟୁମରିକଲ ଏବିଲିଟି /ଗଣିତ-୧୦ମାର୍କ –୧୦ ପ୍ରଶ୍ନ
ରୋଡ଼ ସେନ୍‌ସ,ଗାଡ଼ି ରକ୍ଷଣା ବେକ୍ଷଣ, ଯାତାୟତ ନିୟମ/ସିଗ୍‌ନାଲ, ପରିବେଶ ପ୍ରଦୂଷଣ, ଡିଜେଲ ଚାଳିତ ଏବଂ ସିଏନ୍‌ଜି ଚାଳିତ ଗାଡ଼ି, ଧ୍ୱନି ପ୍ରଦୁଷଣ ଆଦି ପ୍ରଶ୍ନ ପାଇଁ –୫୦ମାର୍କ –୫୦-ପ୍ରଶ୍ନ ଏବଂ ପରୀକ୍ଷାର ସମୟ ସୀମା ୧ ଘଣ୍ଟା ୩୦ ମିନିଟ୍‌ ଦିଆଯାଇଛି। ତା’ ପରେ ତାଲିକା ଭୁକ୍ତ ହୋଇଥିବା ପ୍ରାର୍ଥୀ ମାନଙ୍କୁ ଡକାଯିବ, ଫିଜିକାଲ ଏଣ୍ଡୁରାନ୍ସ ମେଜରମେଣ୍ଟ ଟେଷ୍ଟ (ପିଆଇ ଏବଂ ଏମ୍‌ଟି)କ୍ୱାଲିଫାଇଂ ନେଚର ଏବଂ ତା ପରେ ଟ୍ରେଡ୍‌ ଟେଷ୍ଟ ଓ ମେଡିକାଲ ଟେଷ୍ଟ କରା ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.