ପାକିସ୍ତାନରେ ବର୍ଷାର ତାଣ୍ଡବ, ଭୁଶୁଡ଼ିବା ସ୍ଥିତିରେ ଦିଲୀପ କୁମାରଙ୍କ ପୈତୃକ ଘର

ରିପୋର୍ଟରୁ ଜଣାପଡ଼ିଛି ଯେ ପାକିସ୍ତାନରେ ଗତ କିଛି ଦିନରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ଦିଲୀପ କୁମାରଙ୍କ ଘର ବହୁତ କ୍ଷତିଗ୍ରସ୍ତ ହୋଇଛି ।

ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ସ୍ୱର୍ଗତ ଦିଲୀପ କୁମାରଙ୍କ ପୈତୃକ ଘର ଏବେ ବିପଦ ମୁହଁରେ । ପାକିସ୍ତାନରେ ଥିବା ଦିଲୀପଙ୍କର ଏହି ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବର୍ତ୍ତମାନ ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ପାକିସ୍ତାନରେ ଗତ କିଛି ଦିନରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ଦିଲୀପଙ୍କ ଘର ବହୁତ କ୍ଷତିଗ୍ରସ୍ତ ହୋଇଛି ।

କହି ରଖୁଛୁ, ଦିଲୀପଙ୍କ ଘର ପାକିସ୍ତାନର ଖୈବର ପଖତୁନଓ୍ଵା ଅଞ୍ଚଳରେ ରହିଛି । ୨୦୧୪ରେ ପାକିସ୍ତାନ ସରକାର ଏହାକୁ ‘ନ୍ୟାସନାଲ ହେରିଟେଜ୍‌ ମନ୍ୟୁମେଣ୍ଟ’ ଘୋଷଣା କରିଥିଲେ ।

ସେପଟେ ମାର୍ଚ୍ଚ ଆରମ୍ଭ ହେଉଣୁ ପାକିସ୍ତାନର ଅନେକ ଅଞ୍ଚଳରେ ମୂଷଳଧାରା ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ବର୍ଷା ଏମିତି ତାଣ୍ଡବ ରଚିଛି ଯେ ଖୈବର ପଖତୁନଓ୍ଵା ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ମଧ୍ୟ ପଦାରେ ପଡ଼ିଯାଇଛି । କାରଣ, ବିଭାଗ ଦିଲୀପ କୁମାରଙ୍କ ଘରର ପୁନରୁଦ୍ଧାର ସହ ସଂରକ୍ଷଣ ଦାବି କରିଥିଲା ।

ସୂଚନାଯୋଗ୍ୟ, ଦିଲୀପ କୁମାରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ୍‌ ଥିଲା । ୧୯୨୨ ମସିହାରେ ସେ ଏହି ଘରେ ଜନ୍ମ ହୋଇଥିଲେ, ଯାହା ପେସାଓ୍ଵାରର ଐତିହାସିକ ଅଞ୍ଚଳ ଖ୍ଵାନୀ ବଜାରର ପଛ ମୋହଲ୍ଲା ଖୁଦାଦାଦ୍‌ରେ ରହିଛି । ସେ ନିଜ ପିଲାବେଳର ୧୨ ବର୍ଷ ଏହିଠାରେ ହିଁ ବିତାଇଥିଲେ । ପରେ ସେ ଭାରତ ଚାଲି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.