ମଧ୍ୟ ପ୍ରଦେଶରେ ପୋଷ୍ଟମର୍ଟମ ପୂର୍ବରୁ ଜୀବନ୍ତ ହୋଇଗଲେ ମହିଳା, ସ୍ଵାମୀଙ୍କ ପାଇଁ ବଞ୍ଚିଗଲା ଜୀବନ

ଗ୍ୱାଲିଅରରେ ଏମିତି ଏକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ହେବା କଥା ଆପଣ ଜାଣିଥିବେ କିନ୍ତୁ ଏଠାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କୁ ପୋଷ୍ଟମର୍ଟମ ରୁମ୍ କୁ ନିଆଯାଇଥିଲା। ପୋଷ୍ଟମର୍ଟମ ହେବା ପୂର୍ବରୁ ହିଁ ଜଣାପଡ଼ିଲା ଯେ ମହିଳା ଜଣଙ୍କ ଜୀବିତ ଅଛନ୍ତି । ନିଜ ସ୍ଵାମୀଙ୍କ ପାଇଁ ହିଁ ସେ ନୂଆ ଜୀବନ ପାଇପାରିଛନ୍ତି।

ପ୍ରକୃତ ଘଟଣାଟି ହେଉଛି ୟୁପିର ଏହି ମହିଳାଙ୍କୁ ଗ୍ୱାଲିଅରରେ ଏକ ମେଡିକାଲରେ ମୃତ ଘୋଷଣା କରାଯାଇଥିଲା। ଏହା ପରେ ଯେତେବେଳେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଗଲା ସେହି ସମୟରେ ପୋଷ୍ଟମର୍ଟମ ପୂର୍ବରୁ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କ ଛାତିରେ ହାତ ରଖିଥିଲେ ଓ ହଠାତ୍ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଜୀବିତ ଅଛନ୍ତି। ଏହାପରେ ପରିବାର ଲୋକ ମେଡିକାଲରେ ବିରୁଦ୍ଧରେ କେସ ଫାଇଲ କରିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ରୋକା ଯାଇଥିଲା ଓ ପରେ ମହିଳାଙ୍କ ଚିକିତ୍ସା ପୁଣି ଥରେ ଆରମ୍ଭ ହୋଇଥିଲା।
ଏହି ଘଟଣା ହସ୍ପିଟାଲରେ ଚହଳ ସୃଷ୍ଟି କରିଥିଲା । ତେବେ ମହିଳାଙ୍କ ଜୀବନ ଥାଇ ଥାଉ କିପରି ତାଙ୍କୁ ମୃତ ଘୋଷଣା କରାଯାଇଥିଲା ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ସୂଚନା ଅନୁଯାୟୀ ମହିଳାଙ୍କ ଦୁର୍ଘଟଣା ପାଇଁ ସେ ଜାୟରୋଗିଆ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଜାମବତୀ ଥିବା ଏହି ମହିଳାଙ୍କ ବୟସ ହେଉଛି ୩୧ ବର୍ଷ। ତେବେ ମଧ୍ୟ ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ଵାସ ସାରଙ୍ଗ ଏହି ଘଟଣାର ତଦନ୍ତ କରି ମେଡିକାଲ ଉପରେ ଉଚିତ୍ ପଦକ୍ଷେପ ନେବେ ବୋଲି ପରିବାରବର୍ଗଙ୍କୁ କହିଛନ୍ତି।