ନିର୍ବାଚନର ଫଳାଫଳ ବଦଳାଇବା ପାଇଁ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି ଡୋନାଲ୍ଡ ଟ୍ରମ୍ପ, ଭାଇରାଲ ହେଲା ଅଡିଓ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ଅଧିକ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ୨୦ ଜାନୁଆରୀରେ ପଦ ଭାର ସମ୍ଭାଳିବେ। ଏହା ପରେ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ହାରକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ପାଇଁ ନୂଆ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ଫୋନ୍ ରେକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ଟ୍ରମ୍ପ କଲ୍ କରି ଜର୍ଜିୟା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସେ ଜିତିବା ଭଳି ଭୋଟ୍ ଯୋଗାଡ଼ କରିବାକୁ କହୁଥିବା ଶୁଣିବାକୁ ମିଳିଛି।
ଭୋଟ୍ ଗଣତି ବେଳେ ଟ୍ରମ୍ପ ପରାଜୟ ଆଡ଼କୁ ବଢ଼ୁଥିବା ଦେଖି ଜର୍ଜିୟାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ୍ କରି ନିର୍ବାଚନର ଫଳାଫଳ ବଦଳାଇବାକୁ ଚାପ ପକାଉଛନ୍ତି। ଆମେରିକାର ଏକ ଗଣମାଧ୍ୟମ ଶନିବାର ଟ୍ରମ୍ପଙ୍କର ଏହି ଚାପ ପକାଉଥିବା ବେଳର ରେକର୍ଡିଂ ସେୟାର କରିଛନ୍ତି। ଏହି ଅଡିଓରେ ଟ୍ରମ୍ପ ବାରମ୍ବାର ବ୍ରଡ୍ ରଫେନ୍ସ୍ପ୍ରେର୍ଗରଙ୍କ ଉପରେ ବାଇଡେନ୍ଙ୍କ ବଦଳରେ ତାଙ୍କୁ ବିଜୟୀ ଘୋଷଣା କରିବାକୁ ଚାପ ପକାଉଛନ୍ତି।
President Trump on call with Georgia Secretary of State Brad Raffensperger: “All I want to do is this. I just want to find 11,780 votes, which is one more than we have.” https://t.co/XtxBCtWvDK #TrumpTapes pic.twitter.com/IfObvWlXgS
— The Hill (@thehill) January 4, 2021
ଟ୍ରମ୍ପ କହୁଛନ୍ତି, ମୁଁ ଚାହୁଁଛି ତୁମେ ଏଭଳି କର। ମୁଁ କେବଳ ୧୧,୭୮୦ ଭୋଟ୍ ଚାହୁଁଛି। ଟ୍ରମ୍ପ କହୁଛନ୍ତି, ଆପଣ ଜାଣନ୍ତି ଏଭଳି କହିବା ଭୁଲ ନୁହେଁ ଯେ ଆପଣ ପୁଣିଥରେ ଭୋଟ୍ ଗଣନା କରିବାକୁ ଚାହୁଁଛନ୍ତି।
ରିପୋର୍ଟ ମୁତାବକ, ଆମେରିକାର ସମସ୍ତ ୫୦ ରାଜ୍ୟର ଇଲେକ୍ଟ୍ରୋରାଲ କଲେଜରେ ଜୋ ବାଇଡେନ୍ଙ୍କୁ ୩୦୬ ଭୋଟ୍ ମିଳିଛି। ମାତ୍ର ଟ୍ରମ୍ପଙ୍କୁ ୨୩୨ ଖଣ୍ଡ ଭୋଟ୍ ମିଳିଛି। ନିର୍ବାଚନ ଜିତିବା ପାଇଁ ଇଲେକ୍ଟ୍ରୋରାଲ କଲେଜର ୨୭୦ଟି ମତ ଆବଶ୍ୟକ। ମତଦାନ ପରଠାରୁ ହିଁ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ହେରଫେର ହୋଇଥିବା ନେଇ ଅଭିଯୋଗ କରୁଛନ୍ତି।