ମାହାଙ୍ଗା ଡବଲ୍ ମର୍ଡର ଘଟଣା: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ଦୋଷୀ ଗିରଫ ହେଉ ଓ ତାକୁ ଦଣ୍ଡ ମିଳୁ

ମାହାଙ୍ଗା: ମାହାଙ୍ଗାରେ ଡବଲ୍ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ ।
ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ୍ୟ ରଖିବା ଉଚିତ । ବିରୋଧୀ ରାଜନୈତିକ ଦଳ ଏକଥା ଚାହୁଁଛନ୍ତି କି ନାହିଁ ତାହା ବଡ ପ୍ରଶ୍ନବାଚୀ । ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି । ଏତଲା ସଂପର୍କରେ ପ୍ରତାପ ଜେନା କହିଛନ୍ତି, ସବୁ ତଦନ୍ତରୁ ଜଣାପଡ଼ିବ ।