ଭାରତ ବିରୋଧୀ ଆତଙ୍କବାଦୀ ଆକ୍ରମଣ କଲେ ପରିଣାମ ହେବ ଭୟଙ୍କର ! ପାକିସ୍ତାନକୁ ଆମେରିକାର ଚେତାବନୀ

ନିଜ ମାଟିରୁ ଆତଙ୍କବାଦକୁ ପ୍ରଶ୍ରୟ ଦେବା ବନ୍ଦ ନକଲେ ଭୟାବହ ପରିଣତି ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନକୁ ଚେତାବନୀ। ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ହେଲେ ଏଥିପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି ଆମେରିକା। ଏନେଇ ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆତଙ୍କବାଦ ସଂଗଠନ ବିରୋଧରେ ପାକିସ୍ତାନ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଏହା ସହ ଆତଙ୍କବାଦୀଙ୍କ ସହାୟତାରେ ପାକିସ୍ତାନ ଭାରତ ସହ କୌଣସି ଉତ୍ତେଜନା ପରିସ୍ଥିତି ସୃଷ୍ଟି ନକରୁ।

ବିଶେଷ କରି ଜୈଶ ଏ ମହମ୍ମଦ ଓ ଲସ୍କର ଏ ତୋଏବା ଭଳି ସଂଗଠନ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ସମୟ ଆସିଛି ବୋଲି ଆମେରିକୀୟ ଅଧିକାରୀଜଣକ କହିଛନ୍ତି। ଏହା ସହ ପାକିସ୍ତାନ ମାଟିରୁ ଭାରତ ବିରୋଧୀ ଆତଙ୍କବାଦୀ କାର‌୍ୟ୍ୟକଳାପ ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନଚେତ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଫେବ୍ରୁଆରି ୧୪ତାରିଖରେ ଜୈଶ ଏ ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ସିଆର୍‌ପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତର ପାଲଟା କାର‌୍ୟ୍ୟାନୁଷ୍ଠାନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.