ଆରବ ସାଗରରେ ଡବଲ ସାଇକ୍ଲୋନ୍‌:ଓମାନ୍ ଉପକୂଳରେ ‘କ୍ୟାର୍‌’ର ତାଣ୍ଡବ, ଘନଉଛି ଆଉ ଏକ ବାତ୍ୟା ‘ମହା’

ଆରବ ସାଗରରେ ଡବଲ ସାଇକ୍ଲୋନ। ଭୟଙ୍କର ସାମୁଦ୍ରିକ ଝଡ଼ କ୍ୟାର ପଶ୍ଚିମ ଭାରତରୁ ଓମାନରେ ଆଡ଼କୁ ମୁହାଁଇ ତାଣ୍ଡବ ରଚିଛି। ଓମାନ ଉପକୂଳରେ ବିଶାଳ ଜୁଆର ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ଆରବ ସାଗରରେ ଆଉ ଏକ ବାତ୍ୟା ମହା ସୃଷ୍ଟି ହୋଇଛି। ଏହା ସ୍ଥଳଭାଗ ଆଡ଼କୁ ଧୀରେ ଧୀରେ ଅଗ୍ରସର ହୋଇ ନଭେମ୍ବର ୨ରୁ ୪ତାରିଖ ମଧ୍ୟରେ ବଡ଼ଧରଣର ବିପର୍ଯ୍ୟୟ ସୃଷ୍ଟି କରିବ।

ଆରବ ସାଗରରେ ଏକ ସମୟରେ ୨ଟି ବାତ୍ୟା ସୃଷ୍ଟି ହେବା ଏକ ବିରଳ ଘଟଣା। ଗତକାଲି ରାତିରେ ମହା ଲକ୍ଷାଦ୍ୱୀପ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଆଜିସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଭୀଷଣ ରୂପ ଧାରଣ କରିବ। ଏହା କ୍ରମଶଃ ତୀବ୍ର ରୂପ ଧାରଣ କରି ଅତିଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆଜି ସକାଳୁ ତାମିଲନାଡୁ ଓ କେରଳର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ରାମେଶ୍ୱରମରେ ପ୍ରବଳ ଫଳରେ ସ୍କୁଲ, କଲେଜକୁ ବନ୍ଦ କରିଦିଆଯାଇଛି।

ଲକ୍ଷାଦ୍ୱୀପ, କେରଳ, ଦକ୍ଷିଣ ତାମିଲନାଡୁ ଓ କର୍ଣ୍ଣାଟକରେ ଆଜି ଠାରୁ ଘଣ୍ଟାପ୍ରତି ୧୬୦ରୁ ୧୭୦ କିମି ବେଗରେ ପବନ ବହିବାର ଚେତେବନୀ ଜାରି କରାଯାଇଛି। ଲକ୍ଷାଦ୍ୱୀପରେ ରେଡ ଆଲର୍ଟ ଜାରି କରାଯାଇଛି। କେରଳର ଏର୍ଣ୍ଣାକୁଲମ, ତ୍ରିସୁର, ମାଲାପୁରମ ଓ କୋଝିକୋଡରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.