Below header

ଖେଳନା ଚୋବାଇ ଭାଙ୍ଗିଯାଇଥିଲା ଏହି ବାଘର ଦାନ୍ତ, ଡାକ୍ତରମାନେ ଲଗାଇଲେ ସୁନାର ଦାନ୍ତ 

ମଣିଷର ଦାନ୍ତ ଭାଙ୍ଗିଗଲେ ସୁନାର ଦାନ୍ତ ଲଗାଇବା କଥା ତ ଆପଣ ପୂର୍ବରୁ ଶୁଣିଥିବେ କିନ୍ତୁ କେବେ ଶୁଣିଛନ୍ତି କି ଏକ ବାଘର ଦାନ୍ତ ଭାଙ୍ଗିଯିବାରୁ ତା ଠାରେ ସୁନାର ଦାନ୍ତ ଲଗାଯାଇଛି ।  ଆଶ୍ଚର୍ଯ୍ୟ ଲାଗିଥିବ ନିଶ୍ଚୟ କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ ।  ଏଠାରେ ଡାକ୍ତରମାନେ ଏକ ବଙ୍ଗାଲ ଟାଇଗର ଠାରେ ଲଗାଇଛନ୍ତି ସୁନାର ଦାନ୍ତ ।

Bengal Tiger (symbolic photo)

ଏହି ବଙ୍ଗାଲ ଟାଇଗରର ନାମ ହେଉଛି କାରା । ସୂଚନା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ଗୋଟିଏ ଖେଳନା ଚୋବାଇ ଦେଇଥିବା କାରଣରୁ କାରାର ଆଗ ବଡ଼ ଦାନ୍ତ ଭାଙ୍ଗି ଯାଇଥିଲା । ସେହି ସମୟରେ ତାର ଚିକିତ୍ସା ମଧ୍ୟ କରାଯାଇଥିଲା କିନ୍ତୁ ଠିକ ନହେବା କାରଣରୁ ଚଳିତ ମାସ ଆରମ୍ଭରେ କାରାଠାରେ ଏକ ସୁନାର ଦାନ୍ତ ଲଗାଯାଇଛି । ଏଥିପାଇଁ ଡାକ୍ତର ମାନଙ୍କୁ ପ୍ରାୟ ସାଢେ ଚାରି ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା ।

Bengal Tiger (symbolic photo)

 

ଏହାସହ ପଢନ୍ତୁ ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର, ଯେଉଁଥିରେ ଲୁଚି ରହିଛି ଏକ ଚେହେରା

ଖବର ମୁତାବକ ସୁନାର ଦାନ୍ତ ଲଗାଇବା ପରେ ପ୍ରଥମେ ପ୍ରଥମେ କାରାକୁ ବିନା ହାଡ଼ ଵାଲା ମାଂସ ଖାଇବାକୁ ଦିଆଯାଇଥିଲା କାରଣ ଦାନ୍ତ ସେଟ ହେବାପାଇଁ କିଛିଦିନ ସମୟ ଲାଗିଥାଏ । କାରାର ବର୍ତ୍ତମାନ ବୟସ ୫ ବର୍ଷ । ୨୦୧୩ ମସିହାରେ ଇଟାଲୀ ଚୋରାଚାଲାଣକାରୀ ମାନଙ୍କ ଠାରୁ ତାକୁ ଉଦ୍ଧାର କରାଯାଇଥିଲା ଏବଂ ତାପରେ ତାକୁ ଜର୍ମାନୀର ଟିଏରାର୍ଟ ଟାଇଗର ରିଜର୍ଭକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ କାରା ଠିକସେ ମାଂସକୁ ଚୋବାଇ ଖାଇପାରୁଛି ବୋଲି ଜୀବବିଜ୍ଞାନୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.