ଦୁବାଇର ପୋଲିସ ପାଇଁ ଉଡ଼ନ୍ତା ବାଇକ୍, ମୂଲ୍ଯ ଏବଂ ଫିଚର କରିଦେବ ଆପଣଙ୍କୁ ଆଶ୍ଚର୍ଯ୍ଯ

ଦୁବାଇ : ଦୁନିଆରେ ଅନେକ କ୍ଷେତ୍ରରେ ଏବେ ଅଗ୍ରଗତି କରିବାରେ ଲାଗିଛି। ଏନେଇ ଏବେ କର୍ମଚାରୀଙ୍କ ପାଇଁ ଦୁବାଇ ପୋଲିସ ଆରମ୍ଭ କରିଛି ଉଡ଼ନ୍ତା ବାଇକର ସୁବିଧା। ଏହି ବାଇକର ବ୍ଯବହାର ଏବଂ ଟ୍ରେନିଂର ପ୍ରସ୍ତୁତି କରାଯାଉଛି। ଏହାକୁ ହୋବର ବାଇକ Hoversurf S3ର ଇଲେକ୍ଟ୍ରୋନିକ ଭର୍ଟିକଲ ଟେକ୍ ଅଫ ଏଣ୍ଡ ଲ୍ଯାଣ୍ଡିଂ (eVTOL) କୁହାଯାଉଛି। ତେବେ ଭୂମି ଉଚ୍ଚରୁ ଉଡ଼ୁଥିବା ଏହି ବାଇକର ମୂଲ୍ଯ ଜାଣି ଆପଣ ଆଶ୍ଚର୍ଯ୍ଯ ହୋଇଯିବେ। ତେବେ ଦୁବାଇ ଦୁଇଟି ପୋଲିସ ଦଳକୁ ଏହାକୁ ଚଳାଇବାର ଟ୍ରେନିଂ ଦିଆଯାଉଛି।

hoverbike

ଏହି ବାଇକକୁ ୨୦୨୦ ସୁଦ୍ଧା ବ୍ଯବାହାର କରାଯିବ।  Hoversurf କମ୍ପାନି ଅନୁଯାୟୀ ଦୁବାଇ ପୋଲିସର ଅର୍ଡ଼ର କ୍ରମେ ସେମାନେ ୪୦ଟି ଉଡ଼ନ୍ତା ବାଇକ୍ ପ୍ରସ୍ତୁତ କରିବେ। ଏହାକୁ ଯେଉଁ ସ୍ଥାନକୁ ପୋଲିସ ପହଞ୍ଚିବାରେ ଅସୁବିଧା ଥିବ ସେଠାରେ ବ୍ଯବହାର କରାଯିବ। ଏହି ବାଇକର ମୂଲ୍ଯ ୧୫୦,୦୦୦ ଡଲାର ଅର୍ଥାତ୍ ପାଖାପାଖି ୧ କୋଟି ୮ ଲକ୍ଷ ଟଙ୍କା ରହିବ। ଏହାକୁ କାର୍ବନ ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଏହାର ଓଜନ ୨୫୩ କିଲୋଗ୍ରାମ ହେବ। ଭର୍ଟିକଲି ଟେକ୍ ଅଫ ପାଇଁ ଏଥିରେ ୪ଟି ରୋଟର୍ସ ଲଗାଯାଇଛି । ଯାହା ଦ୍ବାରା ଏହା ଭୂମିରୁ ୧୬ ଫୁଟ ପର୍ଯ୍ଯନ୍ତ ଉଡ଼ିପାରିବ ବୋଲି କୁହାଯାଉଛି।

hoversurf-hoverbik

କମ୍ପାନି ଅନୁଯାୟୀ ଏହି ବାଇକ୍ ଘଣ୍ଟାକୁ ୯୬ କିଲୋମିଟର ଗତିରେ ଉଡ଼ିପାରିବ। ତେବେ ଜଣେ ପାଇଲଟ ସହ ଆକାଶରେ ଏହି ବାଇକ୍ କେବଳ ୧୦ରୁ ୨୫ ମିନିଟ ପର୍ଯ୍ଯନ୍ତ ରହି ପାରିବ। ସେହିପରି ବିନା ପାଇଲଟରେ ବାଇକଟି ଲଗାତର ୪୦ ମିନିଟ ଯାଏ ଉଡ଼ିପାରିବ।