ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଲା ଇଡି, FEMA ମାମଲାରେ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲା ଏ ପର୍ଯ୍ୟନ୍ତ ଥମି ନ ଥିବାବେଳେ ଇଡି ତାଙ୍କ ପତ୍ନୀ ସୁନୀତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଛି ।

ନିର୍ବାଚନୀ ଋତୁରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲା ଏ ପର୍ଯ୍ୟନ୍ତ ଥମି ନ ଥିବାବେଳେ ଇଡି ତାଙ୍କ ପତ୍ନୀ ସୁନୀତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଛି ।

ସୂଚନା ମୁତାବକ, ସୁନୀତା କେଜ୍ରିଓ୍ଵାଲଙ୍କ ସମ୍ପର୍କୀୟ ଏସ୍‌ପି ଗୁପ୍ତାଙ୍କ ଘରେ ଇଡି ମାର୍ଚ୍ଚ ୨୬ ସକାଳ ୮ଟାରୁ ମାର୍ଚ୍ଚ ୨୭ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । ଏସ୍‌ପି ଗୁପ୍ତାଙ୍କ ଘର ଦିଲ୍ଲୀର ସୁନ୍ଦର ନଗର ଅଞ୍ଚଳରେ ରହିଛି । ଇଡି ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (FEMA)ର ଏକ ପୁରୁଣା ମାମଲାରେ ତାଙ୍କ ଘରେ ରେଡ୍‌ କରିଥିବା ସୂଚନା ରହିଛି ।

ସେପଟେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ସୁନୀତା ଇଡି କାର୍ଯ୍ୟାଳୟ ଯାଇଥିଲେ । ସେ କହିଥିଲେ ଯେ କେଜ୍ରିୱାଲଙ୍କୁ ଡାଇବେଟିସ୍‌ ଏବଂ ତାଙ୍କର ସୁଗାର ସ୍ତର ମଧ୍ୟ ଭଲ ନାହିଁ । ସୁନୀତା ଦାବି କରିଥିଲେ କି, ଅରବିନ୍ଦ କେଜ୍ରିଓ୍ଵାଲ ମାର୍ଚ୍ଚ ୨୮ରେ କୋର୍ଟରେ ଦିଲ୍ଲୀ ମଦ ଦୁର୍ନୀତି ଟଙ୍କା ବିଷୟରେ ଖୁଲାସା କରିବେ, ଯାହା ଅରବିନ୍ଦ କେଜ୍ରିୱାଲ ତାଙ୍କୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.