ବିରାଟଙ୍କ ଜାବୁଡି ଧରିଥିବା ଫ୍ୟାନ୍‌ ଖାଇଲେ ଧୁମ୍‌ ଛେଚା, ଭିଡିଓ ଭାଇରଲ

ଯୁବକ ଜଣକ ପଡିଆ ମଝିକୁ ଦୌଡି ଆସି ବିରାଟଙ୍କ ଗୋଡକୁ ଜାବୁଡି ଧରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଯୁବକଙ୍କ କାବୁ କରି ବାଉଣ୍ଡ୍ରୀ ବାହାରକୁ ନେଇଯାଇଥିଲେ । ସେଠାରେ ଯୁବକଙ୍କୁ ସୁରକ୍ଷାକର୍ମୀ ଏବଂ ଅନ୍ୟ ଲୋକ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଆଇପିଏଲ ଲିଗ୍‌ ୧୭ ସିଜିନରେ ୨୫ ମାର୍ଚ୍ଚରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଆରସିବି ରୋମାଞ୍ଚକ ଭାବେ ଜିତିଥିଲା । ଏହି ମ୍ୟାଚ ସମୟରେ ଅଜବ ଘଟଣା ଦେଖବାକୁ ମିଳିଥିଲା । ବିରାଟ କୋହଲି ବ୍ୟାଟିଂ କରୁଥିବା ସମୟରେ ଜଣେ ଫ୍ୟାନ୍ସ ପଡିଆକୁ ପଶି ଆସି ବିରାଟକୁ ଜାବୁଡି ଧରିଥିଲେ । ଏହାପରେ ସୁରକ୍ଷା କର୍ମୀ ତୁରନ୍ତ ସେହି ଯୁବକଙ୍କୁ କାବୁ କରି ବାଉଣ୍ଡ୍ରୀ ବାହାରକୁ ନେଇଯାଇଥିଲେ । ତା’ ପରେ ଯୁବକଙ୍କ ସହିତ ଯାହା ଘଟିଲା, ତା’ର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଯୁବକ ଜଣକ ପଡିଆ ମଝିକୁ ଦୌଡି ଆସି ବିରାଟଙ୍କ ଗୋଡକୁ ଜାବୁଡି ଧରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଯୁବକଙ୍କ କାବୁ କରି ବାଉଣ୍ଡ୍ରୀ ବାହାରକୁ ନେଇଯାଇଥିଲେ । ସେଠାରେ ଯୁବକଙ୍କୁ ସୁରକ୍ଷାକର୍ମୀ ଏବଂ ଅନ୍ୟ ଲୋକ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଏହି ଭିଡିଓକୁ ନେଇ ଏପର୍ଯ୍ୟନ୍ତ କର୍ଣ୍ଣାଟକ କ୍ରିକେଟ ସଂଘ କିଛି ଅଫିସିଆଲ ବୟାନ ଦେଇନାହିଁ ।

ତେବେ ଆଇପିଏଲ ମ୍ୟାଚ ସମୟରେ ଫ୍ୟାନ୍ସ ଷ୍ଟାଡିୟମ ମଧ୍ୟକୁ ପଶିଆସିବା ସାଧାରଣ କଥା । ଏଭଳି ବିରାଟଙ୍କ ସହିତ ଦ୍ୱିତୀୟ ଥର ପାଇଁ ଘଟିଛି । ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚ ସମୟରେ ଜଣେ ଫ୍ୟାନ୍‌ କୋହଲିଙ୍କୁ ଫିଲ୍ଡିଂ କରୁଥିବା ବେଳେ ଆଲିଙ୍ଗନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.