ତୃତୀୟ ଥର ବାପା ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ଖୁସିର ଲହରୀ । ସିଏମ୍‌ଙ୍କ ପତ୍ନୀ ଗୁରପ୍ରୀତ କୌର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ଖୁସିର ଲହରୀ । ସିଏମ୍‌ଙ୍କ ପତ୍ନୀ ଗୁରପ୍ରୀତ କୌର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ‘X’ରେ ତାଙ୍କ ଝିଅର ପ୍ରଥମ ଝଲକ୍‌ ମଧ୍ୟ ଦେଖାଇଛନ୍ତି । ସେ କହିଛନ୍ତି ଯେ ‘ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି’ ।

ସୋସିଆଲ ମିଡିଆରେ ସିଏମ୍‌ ଭଗବନ୍ତ ମାନଙ୍କୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି । କହି ରଖୁଛୁ ଯେ ଭଗବନ୍ତ ମାନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କର ପୂର୍ବ ପତ୍ନୀଙ୍କ ଠାରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ପିଲାମାନେ କାନାଡାରେ ରହୁଛନ୍ତି । ଦୁହିଁଙ୍କର ୨୦୧୫ରେ ଛାଡପତ୍ର ହୋଇଥିଲା ।

ଦୁଇ ବର୍ଷ ପୂର୍ବେ ଭଗବନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ବିବାହ କରିଥିଲେ । ଉଭୟଙ୍କ ବୟସରେ ୧୬ ବର୍ଷର ବ୍ୟବଧାନ ରହିଛି । ଗୁରପ୍ରୀତ କୌର ପେଶାରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର । ୨୦୧୯ରେ ପ୍ରଥମ ଥର ସେ ଭଗବନ୍ତ ମାନଙ୍କୁ ଭେଟିଥିଲେ । ଉଭୟଙ୍କ ବିବାହ ଉତ୍ସବରେ ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ଅନେକ ନେତା ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.