Below header

ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ କାର‌୍ୟ୍ୟାଳୟରେ ଇଡି ଚଢାଉ, ପଲଟିକାଲ ଭେଣ୍ଡେଟା ଅଭିଯୋଗ ଆଣିଲା କଂଗ୍ରେସ

ଦିଲ୍ଲୀ : ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ କାର‌୍ୟ୍ୟାଳୟରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି । ଭଦ୍ରାଙ୍କ ତିନି ଜଣ ସହଯୋଗୀଙ୍କ କାର‌୍ୟ୍ୟାଳୟ ଉପରେ ଇଡି ଚଢାଉ କରିଛି । ଗତକାଲି ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରର ୬ଟି ସ୍ଥାନରେ ଏକକାଳୀନ ଇଡି ଅଧିକାରୀ ଚଢାଉ କରିଛନ୍ତି । ସ୍କାଏଲାଇଟ ହସ୍ପିଟାଲିଟର ସୁଖଦେବ ବିହାର ସ୍ଥିତ କାର‌୍ୟ୍ୟାଳୟରେ ମଧ୍ୟ ଚଢାଉ ହୋଇଛି । କାର‌୍ୟ୍ୟାଳୟରୁ କିଛି ଫାଇଲ୍ ପତ୍ର ଇଡି ଜବତ କରିଥିବା ବେଳେ ଚଢାଉ ନେଇ ପୂର୍ବରୁ କୌଣସି ସୂଚନା ଦେଇନଥିଲା । ପୂର୍ବରୁ ଲାଣ୍ଡ ସ୍କାମ ମାମଲାରେ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଏନେଇ ଇଡି ଭଦ୍ରାଙ୍କୁ ତୃତୀୟ ଥର ପାଇଁ ସମନ ମଧ୍ୟ ଜାରି କରି ସାରିଛି । ତେବେ ଏହାକୁ ନେଇ କଂଗ୍ରେସ ରାଜନୀତି କରଣ କରିଛି । ଭଦ୍ରାଙ୍କ କଂପାନୀ ଓ ସହଯୋଗୀଙ୍କ କାର‌୍ୟ୍ୟାଳୟରେ ଚଢାଉ କରି ମିଥ୍ୟା ଦସ୍ତାବିଜକୁ ପ୍ରମାଣିତ କରିବାରୁ ମୋଦି ସରକାର ଉଦ୍ୟମ କରୁଥିବା କଂଗ୍ରେସ କହିବା ସହ ପଲଟିକାଲ ଭେଣ୍ଡେଟା ଅଭିଯୋଗ ଆଣିଛି । ଅନ୍ୟପଟେ ବିଜେପି କହିଛି ଏହା ଭଦ୍ରାଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ନୁହେଁ । ୟୁପିଏ ଶାସନ ସମୟରେ ପ୍ରତିରକ୍ଷା ଡିଲକୁ ନେଇ ହୋଇଥିବା କମିସନି କରିବାର ଲିଙ୍କ୍ ସନ୍ଦେହରେ ଚଢାଉ କରିଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.