ଏମିତି ଦରଖାସ୍ତ ଲେଖିଲେ ଛାତ୍ର: ମହାଶୟ ମୋର ଦେହାନ୍ତ ହୋଇଯାଇଛି, ମୋତେ ହାପ୍ ଟାଇମ ଛୁଟି ମିଳୁ…ଆଉ ତା’ପରେ

କାନପୁର: କାନପୁରର ଏକ ସ୍କୁଲ୍ ରୁ ଗୋଟେ ଅଜବ ମାମଲା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଜର ମୃତ୍ୟୁ ହୋଇଯାଇଥିବାରୁ ଛୁଟି ଦରଖାସ୍ତ ଆବେଦନ କରିଛନ୍ତି।ସେ ଏକ ଦରଖାସ୍ତ ଲେଖି ସ୍କୁଲର ପ୍ରିନ୍ସପାଲଙ୍କୁ ଦେଇଥିବାବେଳେ ପ୍ରିନ୍ସପାଲ ମଧ୍ଯ ଉକ୍ତ ଦରଖାସ୍ତରେ ଗ୍ରାଣ୍ଟେଡ୍ ଲେଖି ଛୁଟି ମଞ୍ଜୁର କରିଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଛାତ୍ର ଜଣଙ୍କ ଆବେଦନ ପତ୍ରରେ ଲେଖିଛନ୍ତି କି, ମହାଶୟ ନିବେଦନର କାରଣ ଏହା କି ମୁଁ ବିଜୟ(ଛଦ୍ମ ନାମ) ମୋର ୨୦ ଅଗଷ୍ଟ ୧୦ଟାବେଳେ ଦେହାନ୍ତ ହୋଇଯାଇଛି। ମହୋଦୟ ଅନୁରୋଧ କରୁଛି କି, ଏଥିପାଇଁ ମୋତେ ହାପ୍ ଟାଇମ୍ ଛୁଟି ଘୋଷଣା କଲେ ମୁଁ ଆପଣଙ୍କ ନିକଟରେ ଚିରଉପକୃତ ହେବି।

ଏହାସହ:

ଏମିତି କ’ଣ ହେଲା ଯେ ଜଣେ ନୁହେଁ ବରଂ ୧୫ଜଣ ରୋଗୀ ଏକାସାଙ୍ଗରେ ହରାଇଲେ ଦୃଷ୍ଟିଶକ୍ତି, ଜାଣନ୍ତୁ କେଉଁଠି ଘଟିଛି…

ତେବେ ଦୁଃଖର ବିଷୟ ପ୍ରିନ୍ସପାଲ ଏଥିରେ ଅବହେଳା ସ୍ବଭାବ ପ୍ରଦର୍ଶନ କରି ନାଲି ପେନରେ ଛୁଟିକୁ ମଞ୍ଜୁରୀ କରି ନିଜେ ଦସ୍ତଖତ କରିଛନ୍ତି। ଯାହାପରେ ଛାତ୍ର ଜଣଙ୍କୁ ଛୁଟି ମିଳିଯାଇଥିଲା ଏବଂ ସେ ସ୍କୁଲରୁ ପଳାଇଯାଇଥିଲେ। ଏହି ମାମଲା କିଛି ଦିନ ତଳର। ଯେତେବେଳେ ସାଙ୍ଗ ମାନଙ୍କ ଭିତରେ ଏହି କଥାକୁ ନେଇ ଆଲୋଚନା କରିଥିଲେ ଛାତ୍ର ଜଣଙ୍କ ସେତେବେଳେ ଏହି ଦରଖାସ୍ତଟି ଶିକ୍ଷକ ଶିକ୍ଷତ୍ରୀମାନଙ୍କ ପାଖରେ ପହଁଚିଥିଲା। ଯାହାପରେ ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.