ଭୋଟ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ କଟିବ ୩୫୦ ଟଙ୍କା , ସତ ଜାଣିବା ସହିତ ହୁଅନ୍ତୁ ସଜାଗ

ବର୍ତ୍ତମାନ ଦିନକୁ ଦିନ ମିଛି ଖବର ଅଧିକ ମାତ୍ରାରେ ପ୍ରଚାର ହେବାକୁ ଲାଗୁଛି । ଖାସ କରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ କିଛି ଲୋକ ଭୁଲ ଭାବେ ବ୍ୟବାହାର କରୁଛନ୍ତି, ସେଥିପାଇଁ ଏଭଳି ଘଟୁଛି । ଠିକ ସେମିତି ଭୋଟ ଦେବାକୁ ନେଇ ଏବେ ଏକ ଫେକ ନ୍ୟୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ ରେ ବେସି ମାତ୍ରାରେ ସେୟାର ହେଉଛି । ଯାହାକୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପ୍ରଚାର କରିଛନ୍ତି । ତେଣୁ ଜନସାଧାରଣରେ ଏପରି ଭୁଲ ଖବର ର ପ୍ରଚାର ପ୍ରସାର କରୁଥିବା ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଧରିବା ପାଇଁ ଇଲେକ୍ସନ କମିଶନଙ୍କ ତରଫରୁ ଦିଲ୍ଲୀ ପୋଲିସକୁ ପରାମର୍ଶ ଦିଆଯାଇଛି । ଖାଲି ଏତିକି ନୁହେଁ ଅଭିଯୁକ୍ତଙ୍କ ଏପରି ଫେକ ନ୍ୟୁଜ ପ୍ରଚାର କରିବା ପଛର ଉଦ୍ଦେଶ୍ୟ କ’ ଣ ତାହା ଜାଣିବା ପାଇଁ ମଧ୍ୟ କୁହାଯାଇଛି ।

 Bank
Picture Credit – Videvo

ତେବେ ଇଲେକ୍ସନ କମିଶନ ଦିଲ୍ଲୀ ପୋଲିସ ର ସ୍ପେଶାଲ ସେଲରେ ଏହି ଅଭିଯୋଗ କରିଛନ୍ତି । ଇସି ଏପରି କେସ ବିରୁଦ୍ଧରେ ଅଭିଯୋଗ କରିବାର କାରଣ ହେଉଛି, କିଛି ଦିନ ହେବ ଭୋଟ ଦେବାକୁ ନେଇ ଇଲେକ୍ସନ କମିଶନଙ୍କ ନାମରେ ମିଛ ଖବର ପ୍ରଚାର ହେଉଛି ଯେ ଭୋଟ ନଦେଲେ ଆପଣଙ୍କ ଆକାଉଣ୍ଟରୁ ୩୫୦ ଟଙ୍କା କଟିବ ବୋଲି ଇଲେକ୍ସନ କମିଶନଙ୍କ ତରଫରୁ କୁହାଯାଇଛି । ତେଣୁ ଇଲେକ୍ସନ କମିଶନଙ୍କ ଅଭିଯୋଗ ଦାଖଲ ହେବା ପରେ ଦିଲ୍ଲୀ ପୋଲିସ ର ସ୍ପେସାଲ ସେଲ୍‌ ର ସାଇବର ୟୁନିଟ୍‌ ଏହି ମାମଲା ଉପରେ ଯାଞ୍ଚ କରିବା ଆରମ୍ଭ କରିଛି ।ତେବେ ହ୍ଵାଟ୍ସଆପରେ ପ୍ରଚାର ହେଉଥିବା ନ୍ୟୁଜ ବିଷୟରେ ଇଲେକ୍ସନ କମିଶନ କହିଛନ୍ତି ଭୋଟ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା କଟିବା ଖବର ହେଉଛି ଫେକ ନ୍ୟୁଜ । ଏମିତି ଖବର ଇଲେକ୍ସନ କମିଶନ ତରଫରୁ ପ୍ରଚାର କରାଯାଇ ନାହିଁ । ତେଣୁ ଜନସାଧାରଣ ଏପରି ଫେକ ନ୍ୟୁଜ ଠାରୁ ସତର୍କ ରୁହନ୍ତୁ ଓ ସଜାଗ ରୁହନ୍ତୁ ।

Delhi Police
Picture Credit – Logos Discovery Engine

ଇଲେକ୍ସନ କମିଶନ ତରଫରୁ ଦିଲ୍ଲୀ ପୋଲିସକୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରିବା ପାଇଁ ପାଇଁ କୁହାଯାଇଛି ଓ ଏଭଳି ଭୁଲ ଖବର ପ୍ରଚାର କରିବା ପଛର ରହସ୍ୟ କ’ଣ ତାହା ମଧ୍ୟ ଜାଣିବା ପାଇଁ ଆବେଦନ କରାଯାଇଛି । ଖୁବ ଶୀଘ୍ର ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ଅନ୍ୟ ପାଞ୍ଚଟି ରାଜ୍ୟରେ ଇଲେକ୍ସନ ହେବାକୁ ଯାଉଛି । ତେଣୁ ଏପରି ଭୁଲ ମେସେଜ ବା ଖବର ଭାଇରାଲ ହେବା ପରେ ଇଲେକ୍ସନ କମିଶନ ମଧ୍ୟ ଏହାକୁ ଗମ୍ଭିରତା ସହିତ ନେଇଛନ୍ତି । ଏହା ପରେ ଦିଲ୍ଲୀ ପୋଲିସ ମଧ୍ୟ କଡାକଡି ଭାବେ ଏହି ମାମଲା ଉପରେ ଅନୁସନ୍ଧାନ କରିବା ଆରମ୍ଭ କରିସାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.