ଅସହାୟତାର ନଗ୍ନ ଚିତ୍ର: ଭଉଣୀ ପାଇଁ ଅକ୍ସିଜେନ୍‌ ନେଉଥିବା ବେଳେ ପାଦ ତଳେ ସିଲିଣ୍ଡରକୁ ରଖିଛନ୍ତି ତହସିଲଦାର, ହାତ ଯୋଡ଼ି ମାଗିଲାରୁ ଦେଉଛନ୍ତି ଓଲଟା ଧମକ

ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହୋଇଥିବା ବେଳେ ଦେଶର ସବୁଆଡ଼େ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହେଉଛି। ଅକ୍ସିଜେନ୍‌ ଅଭାବରୁ ବହୁ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଥିବା ଖବର ପ୍ରତିଦିନ ଟିଭି, ଖବରକାଗଜରେ ପଢ଼ୁଛେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି କାନ୍ଦି ପକାଇବ। କାରଣ ଭିଡିଓରେ ଜଣେ ଅସହାୟ ଭାଇର ନିବେଦନ ଦେଖିବାକୁ ମିଳିଛି।

ଭିଡିଓରେ ଭାଇଟି ନିଜ ଭଉଣୀର ଜୀବନ ବଞ୍ଚାଇବାକୁ ଅକ୍ସିଜେନ୍‌ ସିଲିଣ୍ଡର ମାଗୁଥିବା ବେଳେ ତହସିଲଦାର ଉକ୍ତ ସିଲିଣ୍ଡରକୁ ନିଜ ପାଦ ତଳେ ଜବରଦସ୍ତି ରଖିଥିବା ଦେଖିବାକୁ ମିଳିଛି। ଭାଇଟି ଅସହାୟ ହୋଇ ନିବେଦନ କରୁଥିବା ଦେଖାଯାଇଛି। ଭିଡିଓରେ ଭାଇ କହୁଛି-ମୋତେ ଗୁଳି କରିଦିଅ ପଛେ, କିନ୍ତୁ ସିଲିଣ୍ଡର ଦିଅ। ନ ହେଲେ ସେପଟେ ମୋ ଭଉଣୀ ମରିଯିବ।

ତେବେ ଘଟଣା ସମ୍ପର୍କରେ ପଚାରିବାରୁ ତହସିଲଦାର ପ୍ରିୟଙ୍କା ସିଂହ କହିଛନ୍ତି, ଏଠାରେ ଅକ୍ସିଜେନ୍‌ର କଳା ବଜାରୀ ହେଉଥିବାରୁ ମୋତେ ଜିଲ୍ଲାଧିକାରୀ ପ୍ରଭୁ ଏନ୍‌ ସିଂହ ପଠାଇଛନ୍ତି। ଯାହା ପଚାରିବାର ଅଛି ତାଙ୍କୁ ପଚାରନ୍ତୁ। ମୁଁ ଏ ବାବଦରେ କିଛି କହିପାରିବି ନାହିଁ। ଅନ୍ୟପଟେ ମେଡିକାଲରେ ଅକ୍ସିଜେନ୍‌ ସିଲିଣ୍ଡର ନଥିବାରୁ ଏଭଳି ତି ଉପୁଜିଥିବା ଜଣାପଡ଼ିଛି।

oxygen2
Image Credit: amarujala

ସୋମବାର ଦିନ ୧୦ଟା ବେଳେ ପ୍ରାୟ ୭୦ରୁ ୭୫ ଜଣ ବ୍ୟକ୍ତି ହାତରେ ପ୍ରେସ୍‌କ୍ରିପସନ୍‌, ଆଧାର କାର୍ଡ ଓ ଖାଲି ସିଲିଣ୍ଡର ଧରି ଗୋଦାମ ନିକଟରେ ପହଞ୍ଚିଥିଲେ। ସେମାନେ ସେଠାରେ ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବା ପରେ ଅକ୍ସିଜେନ୍‌ ଭରି ବାହାରୁଥିଲେ। ଠିକ୍‌ ଏହି ସମୟରେ କଳାବଜାରୀ ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଠାରୁ ଅକ୍ସିଜେନ୍‌ ସିଲିଣ୍ଡର ଜବତ କରିଥିଲେ।

ତେବେ ଲୋକମାନେ ମୃତ୍ୟୁ ମୁଖରେ ପଡ଼ିଥିବାରୁ ହିଁ ପରିବାର ଲୋକ ଏଭଳି କଳାବଜାରୀରେ ଅକ୍ସିଜେନ୍‌ କିଣୁଥିବା କଥା କିନ୍ତୁ ତହସିଲଦାର ହୃଦୟଙ୍ଗମ କରିପାରିନଥିଲେ। ଏଣୁ ସେ ଡ୍ୟୁଟିର ବାହାନା କରି ଅକ୍ସିଜେନ୍‌ ସିଲିଣ୍ଡରକୁ ପାଦରେ ଚାପି ଧରିଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ମାମଲାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.