Below header

ଅଡ଼ୁଆରେ ଫରାହ ଖାନଙ୍କ ସ୍ୱାମୀ ଶିରିଶ୍‌ କୁନ୍ଦର; ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଅଭଦ୍ର ଟପ୍ପଣୀ ଦେବା ମାମଲାରେ କୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ

ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଫରାହ ଖାନଙ୍କ ସ୍ୱାମୀ ଶିରିଶ କୁନ୍ଦରଙ୍କ ଅଡ଼ୁଆ ପୁଣିଥରେ ବଢ଼ିଯାଇଛି। ୨୦୧୭ରେ ଶିରିଶ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିଲେ, ଯାହା ପରେ ସେ ବିବାଦ ଘେରକୁ ଆସିଥିଲେ। ଏବେ ପୁଣି ୫ ବର୍ଷ ପରେ ଶିରିଶଙ୍କର ଏହି ବୟାନ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ପୋଲିସକୁ ତାଗିଦ କରିବା ସହ ତଦନ୍ତକୁ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶିରିଶ କୁନ୍ଦରଙ୍କ ବିରୋଧରେ ଅମିତ୍‌ କୁମାର ତିଓ୍ଵାରୀ ହଜରତଗଞ୍ଜ ଥାନାରେ ଏତଲା ଦାୟର କରିଥିଲେ। ଆବେଦନକାରୀ ଏହି ମାମଲାକୁ କୋର୍ଟକୁ ନେଇଥିଲେ। ସେପଟେ ଲକ୍ଷ୍ନୌ ପୋଲିସ ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିବା ପରେ ଗତକାଲି କୋର୍ଟ ପୋଲିସକୁ ତାଗିଦ୍ କରିଥିଲେ। କୋର୍ଟଙ୍କ ତରଫରୁ ପୋଲିସକୁ ପୂରା ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

sirish
photo: amarujala

୨୦୧୭ରେ ଶିରିଶ କୁନ୍ଦର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅମିତ କୁମାର ତିୱାରୀ ଶିରିଶଙ୍କ ବିରୋଧରେ ମାମଲା ରୁଜୁ କରାଇ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଶିରିଶ ସିଏମ ଯୋଗୀଙ୍କ ବିରୋଧରେ ଅନେକ ଟ୍ଵିଟ୍‌ କରିଥିଲେ ଏବଂ ତାଙ୍କର ତୁଳନା ଗୁଣ୍ଡା ଓ ଦୁଷ୍କର୍ମକାରୀ ସହ କରିଥିଲେ। ଯଦିଓ ପରେ ସେ ଏହି ଟ୍ଵିଟ୍‌କୁ ଡିଲିଟ୍‌ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.