ଛତିଶଗଡ଼ରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ୍, ୭ ମୃତ

ନୂଆଦିଲ୍ଲୀ:ଛତିଶଗଡ଼ରେ ଭୟଙ୍କର ଦୁର୍ଘଟଣା । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ । ଏଥିରେ ୩ ଜଣ ଆହତ ହୋଇଥିବା କୁହାଯାଉଛି। ସକାଳ ପ୍ରାୟ ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯାତ୍ରୀ ମାନେ ଚିତ୍କାର ହୋଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା।

ସୂଚନା ଅନୁଯାୟୀ ଜାତୀୟ ରାଜପଥ ୧୩୦ ରେ ଏକ ବଡ଼ ଧାରଣର ସଡ଼କ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଛନ୍ତି। ଛତିଶଗଡର ରାୟପୁରରୁ ରେଣୁକୁଟ ଯାଉଥିବା ବସ୍ ସୋମବାର ଭୋର ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । କୋରବା ନିକଟରେ ଦ୍ରୁତ ଗତିରେ ଯାଉଥିବା ଏହି ଯାତ୍ରୀବାହୀ ବସଟି ରାସ୍ତା କଡ଼େ ଛିଡା ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଏବଂ ୨ ମହିଳା ମଧ୍ୟ ସାମିଲ ଅଛନ୍ତି ।

ରାୟପୁରରୁ ସୀତାପୁର ଯାଉଥିବା ଦ୍ରୁତଗାମୀ ବସ୍ (ନମ୍ବର- CG 04 MM3195) ଟ୍ରେଲର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ରାଜପଥ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ମୃତକଙ୍କ ଚିହ୍ନଟ ହୋଇନାହାଇଁ । ଦୁର୍ଘଟଣା ଟି ବାଙ୍ଗୋ ଥାନା ଅଞ୍ଚଳରେ ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଆବଶ୍ୟକ ସହଯୋଗ ଏବଂ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.