ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା, ଫାଇଜର ଟିକାକୁ ମିଳିଲା ମଞ୍ଜୁରୀ

ମହାମାରୀ କରୋନା ବିରୋଧରେ ଗେମ ଚେଞ୍ଜର ସାବ୍ଯସ୍ତ ହେବ ଫାଇଜର-ବାୟୋଟେକ ପ୍ରସ୍ତୁତ ଟିକା । ଛୋଟ ପିଲାଙ୍କୁ ଫାଇଜର ଟିକାର ଡୋଜ୍‌ ଦେବାକୁ ଆଜି ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ବା ଏଫଡିଏ ୫ରୁ ୧୧ ବର୍ଷର ପିଲାଙ୍କୁ ଟିକାର ଡୋଜ୍‌ ଦେବାକୁ କହିଛି । ଏଥିସହ ୧୧ରୁ ଅଧିକ ବର୍ଷ ବର୍ଗର ପିଲାମାନେ ମଧ୍ୟ ଫାଇଜର ଟିକା ନେଇପାରିବେ ।

ଫାଇଜର ପ୍ରଥମ ଟିକା ଯାହା ଆମେରିକାରେ ୫ରୁ ୧୧ ବର୍ଷର ପିଲାଙ୍କୁ ଦିଆଯିବ। ପୂର୍ବରୁ ଏହାକୁ ୧୨ ଓ ତା’ଠାରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି। ଅନୁମତି ମିଳିବା ପୂର୍ବରୁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିଥିଲା। ଟ୍ରାଏଲ ବେଳେ ଟିକା ନେବା ପରେ ପିଲାଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ତେଣୁ ଏଫଡିଏ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଆମେରିକାରେ ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ପିଲା କରୋନା ସଂକ୍ରମିତ ହୋଇସାରିଛନ୍ତି। ଭ୍ୟାକସିନ ଆସିବା ଯୋଗୁଁ ପିଲାଙ୍କୁ ସୁରକ୍ଷା ମିଳିପାରିବ।

ଏବେ ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ପ୍ରସ୍ତୁତ କରିଥିବା କରୋନାର ଟିକାର ଦୁଇଟି ଡୋଜ୍‌ ଦିଆଯିବ। ଟିକାର ପ୍ରଥମ ଡୋଜ୍‌ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ହେବ। ‍ଫାଇଜରର ଅଧ୍ୟକ୍ଷ ଆଲର୍ବଟ ବଉର୍ଲା କହିଛନ୍ତି, “ମହାମାରୀ ଆରମ୍ଭ ହେବା ଦିନ ଠାରୁ ଆମେରିକାରେ ୬ ମିଲିୟନରୁ ଅଧିକ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.