Below header

ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଏତଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ। ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଏତଲା ରୁଜୁ । ଜାନୁଆରୀ ଚାରି ତାରିଖରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ଏବଂ ଜେଏନୟୁ ସର୍ଭର ରୁମରେ ଭଙ୍ଗାରୁଜା ଘଟଣାରେ ସମସ୍ତଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ଏ ନେଇ ଜେଏନୟୁ ବିଶ୍ୱବିଦ୍ୟାଳ କତ୍ତୃପକ୍ଷ ଅଭିଯୋଗ କରିଥିଲେ । ରବିବାର ଜେଏନୟୁ ହିଂସାକାଣ୍ଡରେ ଆଇଶି ଆଇଶିଙ୍କ ସମେତ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି । ଲୁହାମାଡରେ ଆଇଶି ଲହୁଲୁହାଣ ହୋଇଛନ୍ତି । ଜାନୁଆରୀ ୪ ତାରିଖ ସର୍ଭର ରୁମରେ ଭଙ୍ଗାରୁଜା ପରେ ୫ ତାରିଖରେ ମୁଖାପିନ୍ଧା ଦୁବୃତ୍ତ ମାନେ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.