୧୪୪ ଧାରା ଭଙ୍ଗ କରିଥିବାରୁ ରାହୁଲ ଗାନ୍ଧି ଓ  ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଓ  ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏମାନଙ୍କ ନାମରେ   ମାମଲା  ଦାଏର ହୋଇଛି।

rahulgandhi

ଆଜି ରାହୁଲ ଗାନ୍ଧି ଯାଇଥିବା ସ୍ଥାନରେ  ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୩୨,୩୫୩,୪୨୭,୩୨୩,୩୫୪(B), ୧୪୭,୧୪୮ ଆଧାରରେ ମାମଲା ହୋଇଛି। ଏଫ୍‌ଆଇଆର୍‌ରେ ୧୫୩ କଂଗ୍ରେସ କର୍ମୀଙ୍କ ନାଁ ରହିଥିବା ବେଳେ ଅନ୍ୟ ୫୦ ଜଣ ଅଜଣା ବ୍ୟକ୍ତିଙ୍କ ନାଁରେ ବି ମାମଲା ହୋଇଛି।

rahul gandhi  ଉତ୍ତରପ୍ରଦେଶ ହଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଯାଉଥିଲା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଅଟକ ରଖିଥିଲା ପୋଲିସ । ଉଭୟଙ୍କୁ ଉତ୍ତର ପ୍ରଦେଶ ସୀମାରେ ଗ୍ରେଟର ନଏଡା ପାଖରେ ଅଟକ ରଖିଛି ନଏଡା ପୋଲିସ। ଏହାକୁ ବିରୋଧ କରିବାରୁ ପୋଲିସ ଧକ୍କାରେ ଖସିପଡ଼ିଥିଲେ ରାହୁଲ। ସେ ପଡ଼ିଯିବା ପରେ ତାଙ୍କ ଉପରେ ଲାଠିମାଡ଼ ହୋଇଥିବା କହିଛନ୍ତି ରାହୁଲ।

ପ୍ରଥମେ ଗାଡ଼ି ଅଟକାଇବାସହ ସହ ସମର୍ଥକଙ୍କ ସହ ଚାଲିଚାଲି ଯାଉଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିବା ସେ କହିଛନ୍ତି। ଦେଶରେ କଣ କେବଳ ମୋଦି ଚାଲି ପାରିବେ, ଆଉ କାହାର ଚାଲିବାର ଅଧିକାର ନାହିଁ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହଥରସ୍‌ ଜିଲ୍ଲା ସୀମାକୁ ସିଲ୍‌ କରାଯିବା ସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ନିୟମକୁ  ଉଲଂଘନକରିଥିବାରୁ  ରାହୁଲ ଓ ଅନ୍ୟ ୨୦୩ ଜଣ  କଂଗ୍ରେସ କର୍ମୀଙ୍କ ନାଁରେ  ମାମଲା ରୁଜୁ ହୋଇଛି।