ଶ୍ରୀନଗର ଡାଲ୍‌ ହ୍ରଦରେ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ହାଉସବୋଟ୍‌

ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଛାରଖାର ହୋଇପଡିଛି । ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି ।

ଜମ୍ମୁ କଶ୍ମୀର ଶ୍ରୀନଗରରେ ଥିବା ଡାଲ୍‌ ଲେକରେ ହାଉସବୋଟ୍‌ରେ ନିଆଁ । ନିଆଁ ଲାଗି ଜଳିଗଲା ହାଉସ ବୋଟ। ଆଜି ଭୋରରୁ ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଛାରଖାର ହୋଇପଡିଛି । ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ ।

ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି । ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ହଠାତ ଏହା ଅନ୍ୟ ହାଉସ ବୋଟକୁ ବ୍ୟାପୀ ଯାଇଥିଲା । ତେବେ ଘଟଣାରେ ଅତିକମରେ ୫ଟି ହାଉସବୋଟ୍‌ ଏବଂ ୩ଟି କୁଡିଆ ଘର ପୋଡି ପାଉଁଶ ହୋଇଯାଇଛି । ପୋଲିସ ଏହାକୁ ନେଇ ମାମଲା ଦାୟର କରିବା ସହିତ ନିଆଁ ଲାଗିବାର କାରଣ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.