ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଧକ୍କା ଦେଲା କାର୍‌, ଗୋଟିଏ ପରିବାରର ୫ ମୃତ

ଗୁଜରାଟ ବଡୋଦରା ସହରରେ କଣ୍ଟେନର ଏବଂ କାର ଧକ୍କାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ବର୍ଷ ପିଲା ବଞ୍ଚିଯାଇଛି । ପିଲାଟି ଗୁରୁତର ଭାବେ ଆହତ ହୋଇଛି ।

ଗୁଜରାଟ ବଡୋଦରା ସହରରେ କଣ୍ଟେନର ଏବଂ କାର ଧକ୍କାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଦୁଇ ଦମ୍ପତିଙ୍କ ସହିତ ଜଣେ ପିଲାର ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା କପୁରାଇ ପୋଲିସ ଥାନାର ଅଧିକାରୀ କହିଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଏବଂ ଦୁଇ ପିଲା ସହିତ ବଡୋଦରାରୁ କର୍ଜନକୁ ଫେରୁଥିଲେ ।

ପୋଲିସ କହିବା ମୁତାବକ, ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ବର୍ଷ ପିଲା ବଞ୍ଚିଯାଇଛି । ପିଲାଟି ଗୁରୁତର ଭାବେ ଆହତ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ତୁରନ୍ତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । କାରଟି ଠିଆ ହୋଇଥିବା କଣ୍ଟେନରକୁ ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତ ପିଲାକୁ ହସପିଟାଲରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ଯୋଗୁଁ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.