ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସରେ ଭାରତୀୟଙ୍କୁ ନେଇ ଅଟକ ଥିବା ବିମାନ, ମାନବ ଚାଲାଣ ସନ୍ଦେହରେ ଥିଲା ଅଟକ

ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସରେ ୩୦୩ ଜଣ ଭାରତୀୟଙ୍କୁ ନେଇ ଅଟକ ଥିବା ବିମାନ । ଆଜି ସକାଳେ ବିମାନଟି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛି। ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ଭେଣ୍ଟ୍ରି ବିମାନ ବନ୍ଦରରେ ବିମାନଟିକୁ ଅଟକ ରଖାଯାଇଥିଲା।

ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସରେ ଭାରତୀୟଙ୍କୁ ନେଇ ଅଟକ ଥିବା ବିମାନ । ଫ୍ରାନ୍ସର ଭେଣ୍ଟ୍ରି ବିମାନବନ୍ଦରରୁ ଗତକାଲି ଉଡାଣ ଭରିଥିଲା । ଆଜି ସକାଳେ ବିମାନଟି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛି। ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ଭେଣ୍ଟ୍ରି ବିମାନ ବନ୍ଦରରେ ବିମାନଟିକୁ ଅଟକ ରଖାଯାଇଥିଲା।

୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ରୋମାନିଆର A-340 ବିମାନକୁ ଶୁକ୍ରବାର ଠାରୁ ଅଟକ ରଖାଯାଇଥିଲା। ବିମାନଟି ଭେଣ୍ଟ୍ରି ବିମାନ ବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକିଥିବା ବେଳେ ଫ୍ରାନ୍ସ ପୋଲିସ ଅଧିକାରୀମାନେ ମାନବ ଚାଲାଣ ସନ୍ଦେହରେ ବିମାନକୁ ଅଟକ ରଖିଥିଲେ। ବିମାନଟି ଗତ ଗୁରୁବାର ଦୁବାଇରୁ ନିକାରାଗୁଆ ଅଭିମୁଖେ ବାହାରିଥିଲା। ଏହି ଖବର ମିଳିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ତୁରନ୍ତ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା।

ରବିବାର ଫ୍ରାନ୍ସର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହେବା ପରେ ବିମାନଟିକୁ ଭାରତ ପଠାଇବାରୁ ନିର୍ଦ୍ଦେଶ ମିଳିଥିଲା। ପୂର୍ବରୁ ଫ୍ରାନ୍ସ ପୋଲିସ ସମସ୍ତ ଯାତ୍ରୀଙ୍କୁ ପଚରାଉଚୁରା ପରେ ସେମାନଙ୍କୁ ଛାଡିଦେଇଥିବା କହିଛନ୍ତି ସେହି ଏୟାର ଲାଇନ୍ସର ଓକିଲ ଲିଲିୟାନା ବକାୟୋକୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.