ନୟାନ୍ତ କଲାଣି ବନ୍ୟା: ଉବୁଟୁବୁ ଆସାମ; ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଲକ୍ଷ ଲକ୍ଷ ଲୋକେ ବନ୍ୟାଘେରରେ ଜୀବନଯାପନ କରୁଛନ୍ତି । ଆସାମ, ହିମାଚଳପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ନୂଆଦିଲ୍ଲୀ : ଦେଶରେ ବର୍ଷା ଓ ବନ୍ୟା ବିତ୍ପାତ । କେଉଁଠି ପ୍ରବଳ ବର୍ଷା ବନ୍ୟା ଆଣିଛି ତ ଆଉ କେଉଁଠି ଭୂସ୍ଖଳନ । ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ପରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ପାଣି କମୁଥିଲେ ବି ଏବେ ବି ସାଢେ ୪ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ । ଆସାମରେ ୩ ସପ୍ତାହରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଛି । ଘରଭିତରେ ପାଣି ପଶିଯାଇଥିବାବେଳେ ଲୋକମାନେ ଡ଼ଙ୍ଗାରେ ଯାତାୟାତ କରୁଛନ୍ତି । ୧୫ଟି ଜିଲ୍ଲାର ପ୍ରାୟ ୨.୭୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହେଲେଣି । ଅନ୍ୟପଟେ ବିହାରରେ ବନ୍ୟା ଯୋଗୁଁ ବିଭିନ୍ନ ପୋଲ ଧୋଇଯିବା ଫଳରେ ପ୍ରାୟ ୨୨ଟି ପଂଚାୟତର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀ ।

ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିବାବେଳେ ବଡ଼ ବଡ଼ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ଭୂସ୍ଖଳନ ମଣ୍ଡି ଜିଲ୍ଲାରେ ଭୂସ୍ଖଳନ ଯୋଗୁ ୨୦ ଘଣ୍ଟା ବନ୍ଦ ରହିଥିଲା ମଣ୍ଡି ନ୍ୟାସନାଲ୍‌ ହାଇେଓ୍ଵ ।

ସେପଟେ ଉତ୍ତରାଖଣ୍ଡରେ ଭୀଷଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ବଦ୍ରିନାଥ ହାଇୱେ । ସ୍ଥଗିତ ରହିଛି କେଦାରନାଥ ଯାତ୍ରା । ଭାରତୀୟ ପାଣିପାଗ ବିଭାଗ ଆଲର୍ଟ କରିଛି, ଆସନ୍ତା ୨ ଦିନ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଦେଶବ୍ୟାପୀ ମୌସୁମୀ ବର୍ଷା ଏଯାଏ ୬ ରାଜ୍ୟରେ ୨୨ ଜଣଙ୍କର ଜୀବନ ନେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.