କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ ଟର୍ନରଙ୍କ ୯୧ ବର୍ଷ ବୟସରେ ପରଲୋକ

କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ ଟର୍ନରଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ଥାନୀୟ ଟିଭି ଚ୍ୟାନେଲରେ ରବିବାର ପ୍ରସାରିତ ସମ୍ବାଦ ଅନୁସାରେ, ଶୁକ୍ରବାର ରାତିରେ ଟର୍ନର ଟରୋଣ୍ଟରେ ଥିବା ନିଜ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ୧୯୮୪ରେ ଦେଶର ୧୭ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଟର୍ନର ୧୯୨୯ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ଏବଂ ପିଲାବେଳୁ ହିଁ ସେ କାନାଡ଼ା ଚାଲିଆସିଥିଲେ।

3

୧୯୬୨ରେ ସେ କାନାଡ଼ାର ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଲିବରଲ ପାର୍ଟି ପାଇଁ ମୋଣ୍ଟ୍ରିୟଲ ସିଟ ହାସଲ କରିଥିଲେ। ଟର୍ନର ନିଜ ରାଜନୈତିକ କ୍ୟାରିୟରରେ ୧୯୬୮ରୁ ୧୯୭୫ ସମୟରେ ପ୍ରଧାନମନ୍ତ୍ରୀ ପିୟରେ ଟୁଡୋଙ୍କ ନେତୃତ୍ୱରେ ନ୍ୟାୟ ମନ୍ତ୍ରୀ ଏବଂ ବିତ୍ତ ମନ୍ତ୍ରୀ ସମେତ କେତେକ ପ୍ରମୁଖ କ୍ୟାବିନେଟ ପଦରେ ରହିଥିଲେ।

tspa 0086841f

୧୯୭୫ରେ ହଠାତ ପଦ ଛାଡ଼ିବା ପରେ ୧୯୮୪ ପର୍ଯ୍ୟନ୍ତ ରାଜନୀତିରୁ ଦୂରେଇ ଯାଇଥିଲେ। ଟର୍ନର କାନାଡ଼ା ଇତିହାସରେ ଦ୍ଵିତୀୟ ସବୁଠାରୁ କମ କାର୍ଯ୍ୟକାଳ ୭୯ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.