Below header

ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ ମିସ୍‌ ପାକିସ୍ତାନ୍‌ ଓ୍ଵାର୍ଲ୍ଡ ଜାନିବଙ୍କ ମୃତ୍ୟୁ, ୨୦୧୨ରେ ଜିତିଥିଲେ ଆଓ୍ଵାର୍ଡ

ଆମେରିକାର ମେରିଲ୍ୟାଣ୍ଡଠାରେ ଏକ କାର୍‌ ଦୁର୍ଘଟଣାରେ ପୂର୍ବ ମିସ୍‌ ପାକିସ୍ତାନ ଓ୍ଵାର୍ଲ୍ଡ ଜାନିବ ନବୀଦଙ୍କ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ଜାନିବଙ୍କ କାର୍‌ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ୨୦୧୨ ମସିହାରେ ମିସ୍‌ ପାକିସ୍ତାନ ଓ୍ଵାର୍ଲ୍ଡ ଆଓ୍ଵାର୍ଡ ଜିତିଥିଲେ।

ଏହାସହ ପଢ଼ନ୍ତୁ: ଚୋରି କରିବାକୁ ଆସି କିଛି ପାଇଲାନି ଚୋର, ଶେଷରେ ଘରମାଲିକକୁ କହିଲା ଏମିତି

ଜାନିବ ଆମେରିକାର କାଲିଫର୍ଣ୍ଣିଆର ପୋମୋନାଠାରେ ରହୁଥିଲେ। ପୋଲିସ ସୂଚନାମୁତାବକ, ଜାନିବ ନିଜ ମର୍ସିଡିଜ୍‌ କାର ଚଳାଉଥିବାବେଳେ ତାହା ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜାନିବଙ୍କ ଦେହାନ୍ତ ଘଟିଥିଲା। ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.