ଅଶାନ୍ତ ହୋଇ ପଡିଛି ପାକିସ୍ତାନ: ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ନାକେଦମ୍‌ ହେଲାଣି ପୋଲିସ

ତୋଷଖାନ୍ନା ମାମଲାରେ ଗିରଫ ହେବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ? ତାଙ୍କୁ ଗିରଫ କରିବାକୁ ଯାଇ ନାକେଦମ୍‌ ହେଲାଣି ପୋଲିସ ।

ନୂଆଦିଲ୍ଲୀ: ତୋଷଖାନ୍ନା ମାମଲାରେ ଗିରଫ ହେବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ? ତାଙ୍କୁ ଗିରଫ କରିବାକୁ ଯାଇ ନାକେଦମ୍‌ ହେଲାଣି ପୋଲିସ । ଅଶାନ୍ତ ହୋଇ ପଡିଛି ପାକିସ୍ତାନ । ତାଙ୍କ ଗିରଫକୁ ବିରୋଧ କରି ଜଳୁଛି ଲାହୋର । କେବଳ ଲାହୋର ନୁହେଁ, ଇସଲାମାବାଦ, କରାଚି, ପେଶାଓ୍ଵାର ସମେତ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ବିକ୍ଷୋଭ କରୁଛନ୍ତି ଇମ୍ରାନଙ୍କ ସମର୍ଥକ ।

ଗତକାଲି ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ ବା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ବାସଭବନରେ ଇସଲାମାବାଦ ପୋଲିସ ପହଞ୍ଚିବା ପରେ ହଙ୍ଗାମା ହୋଇଥିଲା । ଏହାକୁ ବିରୋଧ କରି ଶହ ଶହ ସଂଖ୍ୟାରେ ପିଟିଆଇ କର୍ମୀ ଇମ୍ରାନଙ୍କ ବାସଭବନ ଆଗରେ ଏକାଠି ପ୍ରତିବାଦ କରିଥିଲେ । ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ପୋଲିସ ଉପରକୁ ପଥରମାଡ଼ ହୋଇଥିଲା । ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଇସଲାମାବାଦ ପୋଲିସ ପାଣିମାଡ଼ ଓ ଟିୟର ଗ୍ୟାସ ଫାୟାର କରିଥିଲା । ଏଥିରେ ଇସଲାମାବାଦ ଡିଆଇଜି ଓ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ପରେ ସେଠାରେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି ।

ଏସବୁ ଭିତରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଥିଲେ ଇମ୍ରାନ ଖାନ । ସେ କହିଛନ୍ତି, ତାଙ୍କୁ ଗିରଫ କରିବା ଦ୍ୱାରା ପାକିସ୍ତାନର ନିଦରେ ଶୋଇଯିବ । ପାକିସ୍ତାନବାସୀଙ୍କ ପାଇଁ ଲଢୁଛନ୍ତି । ଏଥିରେ ଯଦି ତାଙ୍କର କିଛି କ୍ଷତି ହୁଏ, କିମ୍ବା ତାଙ୍କୁ ହତ୍ୟା କରାଯାଏ ତେବେ ଲଢେଇ ଆଗକୁ ବି ଜାରି ରହିବ ବୋଲି କହିଛନ୍ତି ଇମ୍ରାନ । ତୋଷାଖାନା ମାମଲାରେ କୋର୍ଟରେ ହାଜର ନହେବାରୁ ଇସଲାମାବାଦର ଜିଲ୍ଲା ଓ ସେସନ୍‌ସ କୋର୍ଟ ପୁଣି ଥରେ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.