Below header

ମୂର୍ଖ ମା’ର ମୂର୍ଖାମୀ: ନିଜ ତିନି ବର୍ଷର ଶିଶୁପୁତ୍ରକୁ ନିଜେ ଦେଲା ଚେଙ୍କ

ବଇରୀ ସାଜିଲା ମା। ନିଜର ତିନି ବର୍ଷର ଶିଶୁପୁତ୍ରକୁ ମାଡ଼ ମାରିବା ସହ ଦିଏ ଚେଙ୍କ। ଏଭଳି ଘଟଣା ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ଘଟିଛି।

ଯାଜପୁର (କେନ୍ୟୁଜ): ବଇରୀ ସାଜିଲା ମା। ନିଜର ତିନି ବର୍ଷର ଶିଶୁପୁତ୍ରକୁ ଦେଲା ଚେଙ୍କ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ।

ସୂଚନା ମୁତାବକ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ନିଜର ତିନି ବର୍ଷର ପୁଅ ସହ ଛତିଆ ଅଂଚଳରେ ଭଡାରେ ରହି ଆସୁଥିଲେ। ବିଭିନ୍ନ ସମୟରେ ପୁଅକୁ ମାଡ଼ ମାରିବା ସହ ଚେଙ୍କ ଦିଅନ୍ତି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ କାଇମାଟିଆ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ସରପଞ୍ଚ ଯାଜପୁର ଶିଶୁ ସୁରକ୍ଷା ୟୁନିଟକୁ ଜଣାଇ ଥିଲେ। ଖବର ପାଇ ଘଟଣାସ୍ଥଳରେ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ମାନେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି। ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.