Below header

ବିହାରରେ ୪ ବିଦେଶୀ କରୋନା ପଜିଟିଭ; ୪୦ ଦେଶର ୨୦ ହଜାର ଶ୍ରଦ୍ଧାଳୁ ଦଲାଇ ଲାମାଙ୍କ ପ୍ରବଚନ କାର୍ଯ୍ୟକ୍ରମରେ ହେଉଛନ୍ତି ଏକଜୁଟ୍‌!

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ବିହାରର ଗୟାରେ ଏକଜୁଟ ହେଉଛନ୍ତି ୨୦ ହଜାର ଶ୍ରଦ୍ଧାଳୁ। ଏହାରି ଭିତରେ କରୋନାକୁ ନେଇ ଆସିଛି ଏକ ବଡ଼ ଖବର। ୨୩ ଡିସେମ୍ବରରେ ଗୟା ଆସିଥିବା ବିଦେଶୀ ନାଗରିକମାନଙ୍କର କରୋନା ଟେଷ୍ଟ୍‍ କରାଯାଇଥିଲା, ଯେଉଁଥିରୁ ୪ ଜଣ ପଜିଟିଭ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଇଂଲଣ୍ଡ ଏବଂ ଜଣେ ଲେଖାଏ ଥାଇଲାଣ୍ଡ ଓ ମିଆଁମାରରୁ ଅଛନ୍ତି। ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦଲାଇ ଲାମାଙ୍କ ପ୍ରବଚନ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପାଖାପାଖି ୪୦ ଦେଶର ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପ୍ରବଚନ ପାଇଁ ଗୟାରେ ରହିବେ। ବିହାରରେ ବିଦେଶୀ ପର୍ଯ୍ୟଟକମାନଙ୍କର ସବୁଠାରୁ ବଡ଼ କେନ୍ଦ୍ର ଗୟାରେ କରୋନା ମାମଲା ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ର‍୍ୟାଣ୍ଡମ୍‌ ଯାଞ୍ଚରେ କରୋନା ପଜିଟିଭ ମିଳିଥିବା ୪ ବିଦେଶୀଙ୍କୁ ବୋଧଗୟାର ଏକ ହୋଟେଲରେ ଆଇସୋଲେଟ୍‌ କରାଯାଇଛି। ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ମିଳିବା ପରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସିଭିଲ୍‌ ସର୍ଜନ ରଞ୍ଜନ ସିଂ ନିଶ୍ଚିତ କରିଛନ୍ତି ଯେ ୨୩ ଡିସେମ୍ବରରେ ଗୟା ଏୟାରପୋର୍ଟରେ ଆର୍‌ଟିପିସିଆର୍‌ ଯାଞ୍ଚ ହୋଇଥିଲା, ଯାହାର ଆଜି ସକାଳେ ରିପୋର୍ଟ ଆସିଥିଲା।

ସଂକ୍ରମଣ ଯେପରି ଅନ୍ୟ ସ୍ଥାନକୁ ନ ଯିବ, ସେଥିପାଇଁ ପଜିଟିଭ ମିଳିଥିବା ୪ ନାଗରିକଙ୍କୁ ହୋଟେଲରେ ଆଇସୋଲେଟ୍‌ କରି ଦିଆଯାଇଛି। ସେମାନଙ୍କ ପାଖାପାଖି ରହୁଥିବା ଲୋକଙ୍କର ଯାଞ୍ଚ କରାଯାଉଛି। ସେପଟେ ବୋଧଗୟାରେ କରୋନା ଯାଞ୍ଚର କାଉଣ୍ଟର ଖୋଲା ଯାଇଥିବା ବେଳେ ଗୟା ଏୟାରପୋର୍ଟରେ ଯାଞ୍ଚର କାଉଣ୍ଟରକୁ ଆହୁରି ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.