କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀ ଏମ୍ସରେ ଭର୍ତ୍ତି, ପ୍ରାଇଭେଟ୍‌ ଓ୍ଵାର୍ଡରେ ଚାଲିଛି ଚିକିତ୍ସା

କେନ୍ଦ୍ର ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ଵାର୍ଡରେ ରଖାଯାଇଛି। ୬୩ ବର୍ଷୀୟା ସୀତାରମଣଙ୍କୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ହସ୍ପିଟାଲ ନିଆଯାଇଥିଲା। ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦ୍ର ମନ୍ତ୍ରୀ ରୁଟିନ୍‌ ଚେକ୍‌ଅପ ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ବଜେଟ୍‌ ଭାଷଣ ସମୟରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍‌ ଉପସ୍ଥାପନ କରିବା ସମୟରେ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ୧ ଫେବୃୟାରୀ, ୨୦୨୦ରେ କେନ୍ଦ୍ର ମନ୍ତ୍ରୀଙ୍କ ବଜେଟ୍‌ ଅଭିଭାଷଣ ଏତେ ଲମ୍ବା ଥିଲା ଯେ ସେ ନିଜର ପୂରା ଭାଷଣ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସମ୍ପୂର୍ଣ୍ଣ ପଢ଼ି ପାରି ନ ଥିଲେ।

ସଂସଦରେ ପାଖାପାଖି ୧୬୦ ମିନିଟ୍‌ ଲଗାତାର ଭାଷଣ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇ ଯାଇଥିଲା, ଯେଉଁ କାରଣରୁ ସେ ନିଜର ବଜେଟ୍‌ ଭାଷଣ ପୂରା ପଢ଼ି ପାରି ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.