Below header

ତାଇଓ୍ଵାନକୁ ୨୪ ଘଣ୍ଟାରେ ୭୧ଟି ଲଢୁଆ ଜାହାଜ ପଠାଇଲାଣି ଚୀନ, ବଢିଲାଣି ତିକ୍ତତା

ଚୀନ ଏବଂ ତାଇଓ୍ଵାନ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନ ସେନା ପକ୍ଷରୁ ୭୧ଟି ଲଢୁଆ ବିମାନ ଏବଂ ୭ଟି ଜାହାଜ ସମରାଭ୍ୟାସ ପାଇଁ ପଠାଯାଇଛି ବୋଲି ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଚୀନ ପକ୍ଷରୁ ପଠାଯାଇଥିବା ବିମାନ ମଧ୍ୟରେ ୧୮ଟି ଜି-୧୬ ଲଢୁଆ ବିମାନ, ୧୧ ଜି-୧ ବିମାନ, ୬ଟି ଏସୟୁ-୩୦ ବିମାନ ଏବଂ ଡ୍ରୋନ ସାମିଲ ରହିଛି।

ରବିବାର ସକାଳ ୬ଟାରୁ ସୋମବାର ୬ଟା ମଧ୍ୟରେ ୪୭ଟି ଲଢୁଆ ବିମାନ ପଠାଇଥିଲା । ତାଇୱାନ ଚାରିପାଖରେ ସମୁଦ୍ର ଓ ଆକାଶରେ ସମରାଭ୍ୟାସ କରିଥିଲା। ତାଇୱାନ୍ ଉପରେ ଚୀନର ସାର୍ବଭୌମ ଅଧିକାର ଘୋଷଣାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରି ତାଇୱାନ୍ କହିଛି, ବେଜିଂ ଆଞ୍ଚଳିକ ଶାନ୍ତି ନଷ୍ଟ କରୁଛି ଓ ତାଇୱାନ ଜନତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ସମରାଭ୍ୟାସରୁ ଜଣାପଡୁଛି।

ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଚୀନର ଲଢୁଆ ବିମାନ ସବୁ ସ୍ବଳ୍ପ ସମୟ ପାଇଁ ବିବାଦୀୟ ତାଇୱାନ୍ ପ୍ରଣାଳୀର ‘ମେଡିୟାନ୍ ଲାଇନ୍’ ଅତିକ୍ରମ କରିଥିଲେ।

ତାଇଓ୍ଵାନର ଅଫିସିଆଲ କେନ୍ଦ୍ରୀୟ ସମାଚାର ଏଜେନ୍ସୀ କହିଛି, ଏହା ଚୀନର ସବୁଠାରୁ ବଡ ବାୟୁସେନା ସମରାଭ୍ୟାସ ଥିଲା।

ଚୀନ ତାଇଓ୍ଵାନକୁ ନିଜ ଅଞ୍ଚଳ ବୋଲି ଭାବୁଛି। ରବିବାର ଦିନ ତାଇଓ୍ଵାନର ଆଖପାଖ ସମୁଦ୍ର ଏବଂ ଆକାଶ ମାର୍ଗରେ ଷ୍ଟ୍ରାଇକ ଡ୍ରିଲ କରିଥିଲା ଚୀନ ।

ବେଜିଂ ତରଫରୁ କୁହାଯାଇଛି, ବେଜିଂ ଆଞ୍ଚଳିକ ଶାନ୍ତି ନଷ୍ଟ କରୁଛି ଓ ତାଇୱାନ ଜନତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ।

ତାଇଓ୍ଵାନର ରାଷ୍ଟ୍ରପତି କହିଛନ୍ତି, ଏବେ ତାଇଓ୍ଵାନକୁ ତାର ରକ୍ଷା କ୍ଷମତା ବଢାଇବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.