ହୋଲିରେ ଅଘଟଣ: ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୪ ଯୁବକ ମୃତ

ଉତ୍ତରପ୍ରଦେଶର ମିର୍ଜାପୁରରେ ଟ୍ରକ ଏବଂ ବାଇକ ଧକ୍କା ହେବା ଫଳରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୭ରେ ଦେହାତ କୋତଓ୍ଵାଲି ଥାନା ଅଞ୍ଚଳରେ ସମୋଗରା ଗାଁ ନିକଟରେ ହୋଇଥିଲା । ଗୋଟିଏ ବାଇକରେ ୪ ଜଣ ଯୁବକ ଏକାଠି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।

ଉତ୍ତରପ୍ରଦେଶର ମିର୍ଜାପୁରରେ ହୋଲିରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଏବଂ ବାଇକ ଧକ୍କା ହେବା ଫଳରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୭ରେ ଦେହାତ କୋତଓ୍ଵାଲି ଥାନା ଅଞ୍ଚଳରେ ସମୋଗରା ଗାଁ ନିକଟରେ ହୋଇଥିଲା । ଗୋଟିଏ ବାଇକରେ ୪ ଜଣ ଯୁବକ ଏକାଠି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣାରେ ରାକେଶ ସିଂ, ବିକାଶ ପ୍ରଜାପତି, ରାଜେଶ ପ୍ରଜାପତି, ସୋନୁ ପ୍ରଜାପତି ନାମକ ଯୁବକଙ୍କ ମୃତ୍ୟୁ ହୋଇଛି ।

ତେବେ ପୋଲିସ କହିବା ମୁତାବକ, ବାଇକରେ ୪ ଜଣ ଯୁବକ ରଙ୍ଗ ସାଇଡରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.