ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍‌

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ମ୍ୟାଚ ସିରିଜରେ ଗୋଟିଏ ମ୍ୟାଚ ଦିବାରାତ୍ରି ଟେଷ୍ଟ ମ୍ୟାଚ ମଧ୍ୟ ହେବ । ପ୍ରଥମ ଟେଷ୍ଟ ୨୨ରୁ ୨୬ ନଭେମ୍ବର ପର୍ଥରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ଏଡିଲେଡରେ ୬ରୁ ୧୦ ଡିସେମ୍ବର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଦିବାରାତ୍ରି ବିଶିଷ୍ଟ ହେବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଆଉ ଏବେ ଏହାର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଭାରତୀୟ ଟିମ୍‌ ଏବେ ବର୍ଡର ଗାଭାସ୍କର ଟ୍ରଫିର ବିଜେତା ରହିଛି । ଭାରତ ଅଷ୍ଟ୍ରେଲିଆ ଠାରୁ ୨-୧ରେ ସିରିଜ ଜିତିଛି । ପୂର୍ବରୁ ବର୍ଡ ଗାଭାସ୍କର ଟ୍ରଫିରେ ୪ଟି ମ୍ୟାଚ ଖେଳାଯାଏ । କିନ୍ତୁ ଏବେ ୫ଟି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ମ୍ୟାଚ ସିରିଜରେ ଗୋଟିଏ ମ୍ୟାଚ ଦିବାରାତ୍ରି ଟେଷ୍ଟ ମ୍ୟାଚ ମଧ୍ୟ ହେବ । ପ୍ରଥମ ଟେଷ୍ଟ ୨୨ରୁ ୨୬ ନଭେମ୍ବର ପର୍ଥରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ଏଡିଲେଡରେ ୬ରୁ ୧୦ ଡିସେମ୍ବର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଦିବାରାତ୍ରି ବିଶିଷ୍ଟ ହେବ । ତୃତୀୟ ମ୍ୟାଚ ଗାଭା ଏବଂ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ ଏବଂ ପଞ୍ଚମ ଟେଷ୍ଟ ସିଡନୀରେ ୩ରୁ ୭ ଜାନୁଆରୀ ମଧ୍ୟରେ ଖେଳାଯିବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ୧୦୭ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଏଥିମଧ୍ୟରୁ ୩୨ଟି ଭାରତୀୟ ଟିମ ବିଜୟ ହହାସଲ କରିଛି । ସେହିପରି ୪୫ଟି ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ଜିତିଛି । ୨୯ ଟି ମ୍ୟାଚ ଡ୍ର ଏବଂ ୧ଟି ମ୍ୟାଚ ଟାଇ ରହିଛି । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ କ୍ରିକେଟ ଇତିହାସରେ କେବଳ ୯ଟି ମ୍ୟାଚ ଜିତିଛି ।


ଭାରତ- ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି :

ପ୍ରଥମ ଟେଷ୍ଟ : ୨୨ରୁ ୨୬ ନଭେମ୍ବର (ପର୍ଥ)
ଦ୍ୱିତୀୟ ଟେଷ୍ଟ : ୬ରୁ ୧୦ ଡିସେମ୍ବର (ଏଡିଲେଡ)
ତୃତୀୟ ଟେଷ୍ଟ : ୧୪ରୁ ୧୮ ଡିସେମ୍ବର (ବ୍ରିସବେନ)
ଚତୁର୍ଥ ଟେଷ୍ଟ : ୨୬ରୁ ୩୦ ଡିସେମ୍ବର (ମେଲବର୍ଣ୍ଣ)
ପଞ୍ଚମ ଟେଷ୍ଟ : ୩ରୁ ୭ ଜାନୁଆରୀ (ସିଡନୀ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.