ଦୀର୍ଘ ୩୪ ବର୍ଷ କାଳ ଶିକ୍ଷକତା କରିବା ପରେ ନିଆରା ଭାବେ ବିଦାୟ ନେଲେ ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଅରଖପାଳ ଗ୍ରାମ ପଞ୍ଚାୟତ ଖୁରୁସିଆ ଉଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ତ୍ରିପାଠିଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାକୁ ପୂରାତନ ଛାତ୍ର ସଂସଦ ତରଫରୁ ଏହାକୁ ନିଆରା ଭାବରେ କରାଯାଇଛି ।

ଗାଁ ରାସ୍ତାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ବିତ ଗାଡିରେ ପରିକ୍ରମା କରାଯାଉଛି ଗ୍ରାମକୁ । ଏଦୃଶ୍ୟ କୈାଣସି ରାଜନୈତିକ ଦଳର ରାଲି କି ପ୍ରଚାର ସମୟର ନୁହେଁ । ଏହା ହେଉଛି ଦୀର୍ଘ ୩୪ ବର୍ଷ କାଳ ନିରବଛିନ୍ନ ଭାବେ ଶିକ୍ଷକତା କରିବା ପରେ ବିଦାୟି ବେଳର । ସାଙ୍ଗରେ ଅଛନ୍ତି ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରି, ପୂର୍ବତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସମେତ ସାରଙ୍କୁ ଭଲ ପାଉଥିବା ଲୋକମାନେ । ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଅରଖପାଳ ଗ୍ରାମ ପଞ୍ଚାୟତ ଖୁରୁସିଆ ଉଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ତ୍ରିପାଠିଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାକୁ ପୂରାତନ ଛାତ୍ର ସଂସଦ ତରଫରୁ ଏହାକୁ ନିଆରା ଭାବରେ କରାଯାଇଛି ।

ଅରଖପାଳ ଗ୍ରାମ ପଞ୍ଚାୟତ ଖୁରୁସିଆ ଉଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମରୁ ଦଶମ କ୍ଲାସ ଯାଏଁ ରହିଥିବା ବେଳେ ଏହା ସରକାରଙ୍କ ବ୍ଲକ ଗ୍ରାଣ୍ଟ ଅଧିନରେ ରହିଛି । ସ୍କୁଲ ଆରମ୍ଭ ସମୟ ୧୯୯୦ ମସିହାରୁ ଅରୁଣ କୁମାର ତ୍ରିପାଠି ଏଠାରେ ପ୍ରଧାନ ଶିକ୍ଷକ ଭାବେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ଦୀର୍ଘ ୩୪ ବର୍ଷ ଏହିଠାରେ ହିଁ ତାଙ୍କର ଶିକ୍ଷକତା ଶେଷ କରି ଅବସର ନେଇଛନ୍ତି । ସାରଙ୍କ ଘର ଗଞ୍ଜାମ ଜିଲ୍ଲାର ଉମ୍ବୁରି ଧର୍ମଶରଣପୂର ଠାରେ ହୋଇଥିବା ବେଳେ ସେ କିନ୍ତୁ ଏହି ସ୍ଥାନକୁ ନିଜର କର୍ମମୟ ଜିବନ ଭାବେ ଏହି ସ୍ଥାନକୁ ବାଛି ନେଇଥିଲେ ।

ଏହି ୩୪ ବର୍ଷ ମଧ୍ୟରେ ସେ ଅନେକ ପ୍ରକାରର ସମସ୍ୟାକୁ ସମ୍ମୁଖୀନ କରିବା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଆସିଛନ୍ତି ଏବଂ ସମସ୍ତଙ୍କ ପ୍ରିୟ ସାଜିଛନ୍ତି । ଯାହାର ଉଦାହରଣ ହେଉଛି ଏହି ଆୟୋଜନ । ଅନେକ ଛାତ୍ରଛାତ୍ରୀ ଏହିଠାରେ ପାଠ ପଢି ଶିକ୍ଷକତା ଠାରୁ ଆରମ୍ଭ କରି ପ୍ରଶାଶନିକ ସେବାରେ ନିୟୋଜିତ କରିପାରିଛନ୍ତି । ଆଜିର ଏହି ଦିନରେ ନୂତନ ପୂରାତନ ସମସ୍ଥ ଛାତ୍ରଛାତ୍ରୀ ଏକାଠି ହୋଇ ସାରଙ୍କ ସ୍ମୃତି ଚାରଣ କରିଥିଲେ ।

ଅନେକ ଛାତ୍ରଛାତ୍ରୀ ନିଜର ଅନଭୂତିକୁ ବଖାଣିଥିଲେ । ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ବହୁପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଗୁଣାତ୍ମକ ଶିକ୍ଷାଦାନ ସହ ବିଦ୍ୟାଳୟ ପ୍ରତି ଥିବା ଅତୁଳନୀୟ ଅବଦାନକୁ ବର୍ଣ୍ଣନା କରିଥିଲେ । ଅରୁଣ ତ୍ରିପାଠୀ ଜଣେ ମିଷ୍ଠଭାସି ପରୋପକାରୀ ଏବଂ ଛାତ୍ରଛାତ୍ରୀଙ୍କୁ ନିଜର ପିଲା ଭଳି ଶିକ୍ଷାଦାନ କରୁଥିଲେ ଏବଂ ତାଙ୍କର ବିଜ୍ଞାନ ଶିକ୍ଷାଦାନ ଶୈଳୀ ବେଶ ଉଚ୍ଚକୋଟିର ଥିଲା । ଏଭଳି ଜଣେ ଭଲ ଶିକ୍ଷକ ଆଜି ବିଦ୍ୟାଳୟରୁ ଅବସର ନେଲା ପରେ ଅତ୍ୟନ୍ତ ଦୁଃଖପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.